oom

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସାମାଜିକ ଉନ୍ନୟନମୂଳକ ଯୋଜନା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତକାଲି ବିକଳ୍ପ ସମାଧାନ କେନ୍ଦ୍ର, ବଲାଙ୍ଗିରର ସଭାଗୃହ ଠାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସାମାଜିକ ଉନ୍ନୟନ ମୂଳକ ଯୋଜନା ସଂବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାସ ଏବଂ ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାଧିକରଣ ସଚିବ ପ୍ରାଧିକରଣ ଦ୍ୱାରା ପରିଚାଳିତ ବିଭିନ୍ନ ସହାୟତା ମୂଳକ ଯୋଜନା ସଂପର୍କରେ ଯେପରିକି ଭିସିଏ, ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ, ଅବହେଳିତ ବିଭିନ୍ନ ବର୍ଗର ଲୋକଙ୍କୁ ବିନା ମୂଲ୍ୟରେ ଦିଆଯାଉଥିବା ଆଇନ ସହାୟତା ସଂବନ୍ଧରେ ଆଲୋଚନା କରିଥିଲେ ।

ଏହାପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ଓଡ଼ିଶା ସରକାର ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସାମାଜିକ ଉନ୍ନୟନମୂଳକ ଯୋଜନା ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ବଲାଙ୍ଗିର ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଶ୍ରୀ ଦାସ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ସମସ୍ତ ଆଇନଗତ ଦିଗ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହ ଯଦି କେହି ହିତାଧିକାରୀ କୌଣସି ଯୋଜନାରୁ ବଂଚିତ ହୁଏ, ସ୍ଥାୟୀ ଲୋକ ଅଦାଲତ ଦ୍ୱାରା ଉକ୍ତ ହିତାଧିକାରୀକୁ ସ୍ଥାୟୀ ଲୋକ ଅଦାଲତ ଯୋଗାଇ ଦେଉଥିବା ଆଇନଗତ ସହାୟତା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.