ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ – ଅସୀତ ତ୍ରିପାଠୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର ଅଭିବୃଦ୍ଧି କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ, ଏନେଇ ରାଜ୍ୟସରକାର ଏକ ଅଭିନବ ପ୍ରୟାସ ଜାରୀ ରଖିଛନ୍ତି । ଏଥିପାଇଁ ଆବଶ୍ୟକ ପରିମାଣରେ ପୁଞ୍ଜି ବିନିଯୋଗ କାରାଯାଇ ଗଞ୍ଜାମ ଜିଲ୍ଲାକୁ ବିକାଶୋନ୍ମୁଖୀ ଓ ପ୍ରଗତିଶୀଳ ଜିଲ୍ଲା ଭାବେ ପରିଗଣିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଅଧ୍ୟକ୍ଷ ଅସୀତ ତ୍ରିପାଠୀ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଶିଳ୍ପାୟନ କ୍ଷେତ୍ରରେ ବିକାଶଶୀଳ ଓ ପ୍ରଗତିଶୀଳ କ୍ଷେତ୍ରରେ ଭାରତବର୍ଷରେ ଏକ ଅଗ୍ରଣୀ ଭୂମିକାରେ ସ୍ଥାନ ପାଇବ ବୋଲି କହିଛନ୍ତି । ଯାହାକି ଦେଶବିଦେଶ ସହ ଶିଳ୍ପ-ବାଣିଜ୍ୟରେ ବିକଶିତ କରାଯିବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ରାଜ୍ୟର ଗଞ୍ଜାମ ଜିଲ୍ଲା ବ୍ୟତିତ ଗଜପତି, ନୟାଗଡ଼, କୋରାପୁଟ ଜିଲ୍ଲାକୁ ମଧ୍ୟ ଶିଳ୍ପାୟନ ଦିଗରେ ବ୍ୟାପକ ବିକଶିତ କରାଯିବା ନେଇ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ମତପ୍ରକାଶ କରିଛନ୍ତି ।
ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ଭବନ (ଋଷିକୂଲ୍ୟା) ସମ୍ମିଳନୀ ଗୃହରେ ଏକ ଉଚ୍ଚସ୍ତରୀୟ ବୈଠକରେ ଶିଳ୍ପାୟନର ଉନ୍ନତି ଓ ପ୍ରଗତି ଦିଗରେ ଚିନ୍ତାପ୍ରକଟ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଅଧ୍ୟକ୍ଷ ତଥା ପ୍ରାକ୍ତନ ମୁଖ୍ୟଶାସନ ସଚିବ ଅସୀତ କୁମାର ତ୍ରିପାଠୀ । ତାଙ୍କ ସହ ଶିଳ୍ପାୟନ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଏବଂ ଜିଲ୍ଲାର ବହୁ ଉଚ୍ଚପଦାଧିକାରୀଙ୍କ ସହ ଦିନତମାମ ଧରି ବିଭିନ୍ନ ସ୍ତରୀକୃତ ଭାବେ ନିର୍ଦ୍ଧାରୀତ କାର୍ଯ୍ୟକ୍ରମର ବିବରଣୀ ଅନୁଯାୟୀ ଆଲୋଚନା ଓ ପର୍ଯ୍ୟାୟଲୋଚନା ସାରି ଗତକାଲି ସନ୍ଧ୍ୟା ୬ଘଣ୍ଟା ବେଳେ ଗଣମାଧ୍ୟମ ପ୍ରତିନିଧିଗଣଙ୍କ ସହ ସାକ୍ଷାତ କରି ଏକ ସିଦ୍ଧାନ୍ତ ବାର୍ତ୍ତା ଦେଇଥିଲେ । ଆଜି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବୃହତ୍ତର ଓ କ୍ଷୁଦ୍ରତ୍ତର ଶିଳ୍ପପ୍ରତିଷ୍ଠାନ ବୁଲିଦେଖି ସର୍ବେକ୍ଷଣକରିବେ ବୋଲି ଜଣାଯାଇଛି । ଜିଲ୍ଲାରସଦରମହକୁମା ଛତ୍ରପୁର ନିକଟବର୍ତ୍ତୀ ପରିସରରେ ଥିବା ଗଞ୍ଜାମ ପୁରୁଣାଜୟଶ୍ରୀ କେମିକାଲସ ପ୍ଲାଣ୍ଟପରିସରର ଗ୍ରାସୀମ ଇଣ୍ଡଷ୍ଟ୍ରୀ, ଗୋପାଳପୁରବନ୍ଦର, ଆଇଆରଇଏଲ (ଇଣ୍ଡିଆ) ତଥା ଅନେକ ପ୍ରତିଷ୍ଠାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.