ମହାଶକ୍ତି ଫାଉଣ୍ଡେସନ ଓ ନାବାର୍ଡ ଓଡିଶା ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଙ୍ଘର ପ୍ରଶିକ୍ଷଣ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ମହାଶକ୍ତି ଫାଉଣ୍ଡେସନ ଓ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଂଘର ଦିନିକିଆ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିକାଶ ପ୍ରବନ୍ଧକ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ହଟକିଶୋର ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସୀତାରାମ ମେହେର ଏଲଡିଏମ୍‌ ଷ୍ଟେଟ ବ୍ୟାଙ୍କ ଅପ୍‌ ଇଣ୍ଡିଆ, ସନ୍ତୋଷ କୁମାର ପଣ୍ଡା ସିଡିଏଓ, ଶଙ୍କର ଚଲାନ ଡିପିଏମ ଓଏଲଏମ, ରାଜଗୋପାଳ ଦାସ ସିଇଓ ଓରମାସ ଯୋଗଦାନ କରିଥିଲେ । ପ୍ରଥମେ କୃଷକ ଉତ୍ପାଦକ ସଂଘର ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା । ସଭାକୁ ରୋଜାଲିନ ଭୂୟାଁ, ଉପାଧ୍ୟକ୍ଷା ମହାଶକ୍ତି ଫାଉଣ୍ଡେସନ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ସାହୁ, ସୁବୋଧ କୁମାର ସାହୁ, ସୁଶାନ୍ତ ସାହୁ, ମହାଦେବ ସାହୁ, ମହାଶକ୍ତି ଫାଉଣ୍ଡେସନ ତରଫରୁ ଯୋଗଦାନ କରିଥିଲେ । ଶିବିରରେ ବିଜେପୁର ଓ ଝାରବନ୍ଧ ବ୍ଲକରେ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ସହାୟତାରେ ଗଠିତ ହୋଇଥିବା ଦୁଇଟି ଉତ୍ପାଦକ ସଂଘ(କୃଷ୍ଣହୀରା, ସବୁଜିମା)ର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ । ବିଶେଷ କରି କୃଷ୍ଣହୀରାକୁ ବ୍ଲେକ ରାଇସ ଓ ସବୁଜିମା ଉତ୍ପାଦକ ସଂଘକୁ ପନିପରିବା ପାଇଁ ଗଠିତ କରାଯାଇଛି ।

Leave A Reply

Your email address will not be published.