jsm

ଖାଲିପଡିଥିବା ଏସ୍‌ଏସବି ଓଡ଼ିଆ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଶ୍ଚିମ ଓଡ଼ିଶା ଓଡ଼ିଆ ଛାତ୍ର ସଂସଦର ଦାବୀପତ୍ର ପ୍ରଦାନ

csstore

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଶା ହେଉଛି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଅଥଚ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଚରମ ଅବହେଳା, ଓଡିଶା ଓ ଓଡ଼ିଆ ଜାତିର ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ହଜାର ହଜାର ବିଦ୍ୟାର୍ଥୀ ମାନେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ମାନଙ୍କରେ ଓଡ଼ିଆରେ ସ୍ନାତକ, ସ୍ନାତକୋତ୍ତର ଓ କଳା ଭୂଷଣ ତଥା ଡକ୍ଟରେଟ ଡିଗ୍ରୀ ପାଇବା ପରେ ମଧ୍ୟ ନିଯୁକ୍ତି ମିଳୁନଥିବାରୁ । ଉଚ୍ଚଶିକ୍ଷା ବିଭଗର ମାତୃଭାଷା ପ୍ରତି ଏତାଦୃତ କାର୍ଯ୍ୟକୁ ଓଡ଼ିଆ ଛାତ୍ର ସଂସଦ, ପଶ୍ଚିମ ଓଡିଶା ଦୃଢ ପ୍ରତିବାଦ କରିବା ସହିତ ଖାଲିପଡିଥିବା ଏସ୍‌ଏସବି ଓଡ଼ିଆ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ଓଡ଼ିଆ ଛାତ୍ର ସଂସଦ, ପଶ୍ଚିମ ଓଡ଼ିଶାର ସଭାପତି ବାସୁଦେବ ଛାତ୍ରୀଆଙ୍କ ନେତୃତ୍ୱରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଗସ୍ତ କରି ମାନ୍ୟବର ରାଜ୍ୟପାଳ ଡକ୍ଟର ଗଣେଶୀ ଲାଲ୍, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ, ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶୁରେଶ୍ୱର ରାଉତରାୟ, ତାରାପ୍ରସାଦ ବାହିନୀପତି ପ୍ରମୁଖ ନେତା, ମନ୍ତ୍ରୀମାନଙ୍କୁ ସାକ୍ଷାତ କରିବା ସହିତ ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ସମ୍ବନ୍ଧରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଓଡ଼ିଶାର ସମସ୍ତ କଲେଜ ଗୁଡିକରେ କେତୋଟି ଓଡ଼ିଆ ଅଧ୍ୟାପକ ପଦବୀ ଖାଲି ପଡିଛି ତାହାର ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ତଦନୁଯାୟୀ ଓଡ଼ିଆ ବିଷୟରେ ଖୁବଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବା ସହିତ ନିଯୁକ୍ତି ଦିଆଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.