oom

ଗାଁ କଲ୍ୟାଣ ସମିତି ଓ ଆଇଏସ୍‌ଟି ପକ୍ଷରୁ ବୃକ୍ଷ ରୋପଣ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗଡମୋଟରୀ ପଂଚାୟତର ଗଣ୍ଡପଡା ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ୟରେ ଗାଁ କଲ୍ୟାଣ ସମିତି ଓ ଆଇଏସଟିର ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ବ୍ଲକ ଆତ୍ମା କମିଟିର ସଭାପତି ସୁଧାକର ମାର୍ଥା ଯୋଗ ଦେଇ ଚାରା ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ଛାତ୍ର ବିଜେଡି ସଭାପତି ସୁଦିପ୍ତ ନାୟକ, ଗଣ୍ଡପଡା ଗାଁ କଲ୍ୟାଣ ସମିତି ସଭାପତି ଜଗଦୀଶ କୁମାର ପ୍ରଧାନ, ଆଇଏସଟି ଅନୁଷ୍ଠାନର ଶିବ ପ୍ରସାଦ ପରିଡା, ବିଜୟ କୁମାର ଯାଦବ, ସୈାମ୍ୟରଞ୍ଜନ ମୁଦୁଲି ପ୍ରମୁଖମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଯୋଗଦେଇଥିଲେ । ସେଠାରେ ବୃକ୍ଷ ହିଁ ଜୀବନ ବୃକ୍ଷ ଲଗାନ୍ତୁ ଜୀବନ ବଂଚାନ୍ତୁ ସ୍ଲୋଗାନ ଦେଇଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.