ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତମ ବେତନ ପ୍ରଦାନ, ଚାକିରୀ ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୧୭୭ ନୂତନ ଅନୁଦାନ ପ୍ରାପ୍ତ କରିବା, ନୂତନ କଲେଜକୁ ଅନୁଦାନ ପ୍ରଦାନ, ଅନୁଦାନ ନୀତିରୁ ଅସଙ୍ଗତି ଦୂରୀକରଣ ଓ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ସମେତ ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ଦାବୀ ନେଇ ଓଡିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଂଚ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଆବାହକ ଓଷ୍ଟା ସଂପାଦକ ବିଜୟ କୁମାର ବେହେରା, ୪୪୮ ବର୍ଗ କଲେଜ ସଭାପତି ପ୍ରଶାନ୍ତ କୁମାର ପାତ୍ର, ଆବାହକ ଗୌରୀ ଶଙ୍କର ଶତପଥି ଓ ୬୬୨ ବର୍ଗ କଲେଜ ସଂପାଦକ ଶିଶିର କାନ୍ତ ବିଷୋୟୀଙ୍କ ନେତୃତ୍ୱରେ ସୋମବାର ମିଳିତ ମଂଚ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦତ୍ତ ହୋଇଛି । ଦାୟିତ୍ତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କୁ ଭେଟି ଉକ୍ତ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ମିଳିତ ମଞ୍ଚ ସଭାପତି ହିମାଂଶୁ ପଟ୍ଟନାୟକ, ୬୬୨ ବର୍ଗର କଲେଜ ପକ୍ଷରୁ ସଂଜୟ କୁମାର ଷଡଙ୍ଗୀ, ସଂଜୟ କୁମାର ରେଡ୍ଡି, ଜଗନ୍ନାଥ ପଟ୍ଟନାୟକ, ୪୪୮ ବର୍ଗର କଲେଜ ପକ୍ଷରୁ ଦେବୀ ପ୍ରସାଦ ପାଢ଼ୀ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ହୃଷିକେଶ ପଣ୍ଡା, କୃଷ୍ଣ ଚରଣ ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ଓଷ୍ଟା ପକ୍ଷରୁ ଅଶୋକ କୁମାର ଦଳାଇ, ରାମଚନ୍ଦ୍ର ପଲାଇ, ଶକ୍ତି ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!