csstore

କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲାର ସଦର ମହକୁମାର ରାସ୍ତା କଡରେ ଥିବା ମାଛ, ମାଂସ ଦୋକାନୀ ମାନଙ୍କୁ ନିର୍ଦିଷ୍ଟ ସ୍ଥାନ ନିରୂପଣ କରି ସ୍ଥାନାନ୍ତରିତ କରିବା ନେଇ ଓ ୨୦୧୯ ମସିହାରେ ଦେଶର ସଂସଦରେ ବୁଲା ଏବଂ ଅକର୍ମଣ୍ୟ ଗୋରୁ ଗାଈଙ୍କ ଥଇଥାନ ଓ ରକ୍ଷଣା ବେକ୍ଷଣା ନିମନ୍ତେ ପାରିତ ହୋଇ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ୧୬୦୦୦ ଟଙ୍କା ବଲାଙ୍ଗିର ସହରରେ ଲାଗୁ କରିବା ନିମନ୍ତେ ଏବଂ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ସହ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟର ରାଜ୍ୟ ସଭାପତିସନ୍ତୋଷ କୁମାର ଭୋଳ, ପ୍ରଦେଶ କୋଷାଧକ୍ଷ ସୁଶୀଲ ସାହୁ, ଜିଲ୍ଲାର ବରିଷ୍ଠ ଉପାଧକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଯୁବ ବାହିନୀ ସଭାପତି ଆଲୋକ ପଣ୍ଡା, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ଲୋକନାଥ ପାତ୍ର, ଭାସ୍କର ରାଓ, ପ୍ରଦୀପ ସାହୁ, ଲୋଇସିଂହା ସଭାପତି ବୀରେନ୍ଦ୍ର ବାରିକ, ଶୈଳେନ୍ଦ୍ର ନାଏକ, ଅଶୋକ ସିଂ, ରାଜୁ ନାଏକ, ରମେଶ ବାଗ, ସନତ ପାତ୍ର, ପ୍ରଶାନ୍ତ ମିଶ୍ର, ବୁଲୁ ପରଡିଆ, ସୌଭାଗ୍ୟ ସ୍ୱାଇଁ ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.