csstore

ମୁହଁରେ କସ୍ତୁରୀ ହଳଦୀ ଲଗାନ୍ତୁ : ତୁରନ୍ତ ପାଆନ୍ତୁ ଉଜ୍ୱଳ ଚେହେରା

କସ୍ତୁରୀ ହଳଦୀରେ ଅଧିକ ମାତ୍ରାରେ ଆଣ୍ଟିସେପ୍ଟିକ୍‌, ଆଣ୍ଟି ବେକ୍‌ଟେରିଅଲ୍‌ ଏବଂ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ବ୍ୟତୀତ ଏମିତି ଗୁଣ ବି ଦେଖିବା ମିଳେ ଯାହା ମୁହଁର ବ୍ରଣ ସମସ୍ୟା ସହ ଅନେକ ଦାଗ ଲିଭେଇବାରେ ସହାୟକ ହୋଇଥାଏ । ସୁନ୍ଦରତା ପାଇଁ ସବୁଠାରୁ ବେଶୀ ବ୍ୟବହୃତ ହେଉଥିବା ହଳଦୀ ହେଉଛି କସ୍ତୁରୀ ହଳଦୀ । କସ୍ତୁରୀ ହଳଦୀ ପ୍ରାଚୀନ ଆୟୁର୍ବେଦରେ ସୌନ୍ଦର୍ଯ୍ୟ ପାଇଁ ସବୁଠାରୁ ବେଶୀ ପ୍ରୟୋଗ କରାଯାଉଥିବା ସାମଗ୍ରୀମାନଙ୍କ ମଧ୍ୟରେ ଅନ୍ୟତମ । ଏହା ସତ ଯେ, ଖାଦ୍ୟରେ ବ୍ୟବହାର ହେଉଥିବା ହଳଦୀ ଏବଂ କସ୍ତୁରୀ ହଳଦୀ ଭିତରେ ଫରକ୍‌ ରହିଛି । କସ୍ତୁରୀ ହଳଦୀ ବହୁମାତ୍ରାରେ କଂଚା ହଳଦୀ ଭଳି ହିଁ ଦେଖାଯାଏ, କିନ୍ତୁ ଏହାର ବାହାର ଆବରଣ ଅଦା ଭଳି ହୋଇଥାଏ ଏବଂ ଭିତର ଅଂଶ ହାଲୁକା କିମ୍ବା ଗାଢ଼ ହଳଦୀ ରଙ୍ଗର ହୋଇଥାଏ । ଏହାର ସୁଗନ୍ଧ ଆପଣଙ୍କୁ କହିଦେବ ଏହାର ସ୍ୱତନ୍ତ୍ରତା ।

jayashree
Leave A Reply

Your email address will not be published.