pakka

ହଜାରେ ତଳକୁ ଖସିଲା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୬ ନୂଆ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦୈନିକ ହଜାରେ ତଳକୁ ଖସିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୧୪୮୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୭୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୨, ବାଲେଶ୍ୱରରୁ ୬୨, ବରଗଡ଼ରୁ ୮, ଭଦ୍ରକରୁ ୩୧, ବୌଦ୍ଧରୁ ୨, କଟକରୁ ୮୧, ଦେବଗଡ଼ରୁ ୨, ଢେ଼ଙ୍କାନାଳରୁ ୧୧, ଗଜପତିରୁ ୪, ଗଂଜାମରୁ ୮, ଜଗତସିଂହପୁରରୁ ୫୪, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୩୩, କେଉଁଝରରୁ ୧୮, ଖୋର୍ଦ୍ଧାରୁ ୨୫୩, କୋରାପୁଟରୁ ୭, ମାଲକାନଗିରିରୁ ୯, ମୟୁରଭଂଜରୁ ୨୫, ନବରଂଗପୁରରୁ ୪, ନୟାଗଡ଼ରୁ ୨୫, ପୁରୀରୁ ୫୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୨ ଓ ଷ୍ଟେଟ ପୁଲ୍‌ରୁ ୫୧ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

15 + sixteen =