csstore

ନଗର ମଣ୍ତଳ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ନଗର ତରଫରୁ ସ୍ଥାନୀୟ ଦିଲ୍ଲୀପ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ତଥା ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ରଙ୍କ ପରିଚାଳିତ ଏହି ସଭାରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ସଂଗଠନକୁ ଆହୁରି ମଜବୁତ ଓ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ ସହ ପଦ୍ମପୁର ଏନ୍‌ଏସିରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଗୁଡିକ ବିରୋଧ କରିବା ପାଇଁ ନିଷ୍ପତ୍ତି ସହ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାମାନଙ୍କ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ସଭାରେ ପାର୍ଟିର ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହୋଇ କିଛି ଯୁବକ ବନ୍ଧୁ ଦଳରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିଲେ । ଏହି ସଭାରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୋଇ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ପ୍ରୀତେଶ କୁମାର ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ସାଂସଦ ନୋମିନି ଡା. ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ସରୋଜ ସାମଲ, ନାରୀ ନେତ୍ରୀ, ସରସ୍ୱତୀ ସାହୁ, ଜ୍ୟୋତ୍ସ୍ନାରାଣୀ କର, ନିରାକାର ବରିହା, ସୌକିଲାଲ ସାହା, କେତନ ମେହେର, ଏଡ଼ଭୋକେଟ ଆଦିତ୍ୟ ରଥ, ଡା. ନାରାୟଣ ପୁରୋହିତ, ବିକାଶ ବହିଦାର, ସୁବାଷ ପାତ୍ର, ସରୋଜ ମିଶ୍ର, ପ୍ରତାପ ନାଥ, ଗଣ ବଗର୍ତ୍ତି, ପିଣ୍ଟୁ ପଢି, ଆଲାଦିନି ପଣ୍ଡା, ନଳିନୀ ସାହୁ, କୁନ୍ତୀ ମେହେର, ଫୁଲମତୀ ରଣା, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, ନବ କିଶୋର କଣ୍ଟା, ଦିନେଶ ବାରିକ, ସରୋଜ ପଧାନ, ରାଜୁ ସାହୁ, କହ୍ନା ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ପଦ୍ମପୁର ନଗର ସାଂସଦ ପ୍ରତିନିଧି ତଥା ଆଇନଜୀବୀ ଚିନ୍ମୟ କୁମାର ପଣ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.