oom

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଚାକିରିରେ ଘୋଟାଲା : ପଦ୍ମପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଅନେକ ଶିଳ୍ପ, କାରାଖାନା ଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନାହିଁ । ଯାହା ଫଳରେ ଲକ୍ଷାଧିକ ଶିକ୍ଷିତ ଯୁବକ ବେକାର ବସିଥିବା ବେଳେ ସରକାରୀ ବାବୁ ଚାକିରୀ ଦେବା ନାମରେ କୋଟି କୋଟି ଟଙ୍କା ଲାଞ୍ଚ କାରବାର କରୁଛନ୍ତି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉରୁ ଏହା ପ୍ରମାଣିତ ହୋଇଛି ବୋଲି ଭାରତୀୟ ଜନତା ଯୁବମୋର୍ଚ୍ଚା କହିଛି । ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ଠାରେ ଦିଲୀପ କଲ୍ୟାଣ ମଣ୍ଡପରୁ ଭେଉଁରିଆ ଛକ ପର୍ଯ୍ୟନ୍ତ ଏକ ଦେଲି ବାହାରୀ ଭେଉଁରିଆ ଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରୋସନ ପାଣିଗ୍ରାହୀ, ସଂଯୋଜକ ମଣ୍ଟୁ ପାଣ୍ଡେ, ଲକ୍ଷ୍ମିକାନ୍ତ ବରିହା, ଅମିତ ଗର୍ଗ, ମଣ୍ଡଳ ସଭାପତି ପ୍ରମୋଦ ମେହେର, ରହଣି ରଞ୍ଜନ ହୋତା, ଅଜିତ ସାହୂ, କେଦାର କୁମ୍ଭାର, ନରେଶ ସୁନ୍ଦର ସାହୁ, ସୁନିଲ ଅଗ୍ରୱାଲ, ଡଃ ନାରାୟଣ ପୁରୋହିତ, ଚିନ୍ମୟ ପଣ୍ଡା, ଆଦିତ୍ୟ ରଥ, ସୁବାସ ପାତ୍ର, ନବକିଶୋର କଣ୍ଟା, ସୌକିଲାଲ ସାହା, ଦିପକ ବାରିକ, ଦିନେଶ ବାରିକ, କାହ୍ନା ବାରିକ, ଅର୍ଜୁନ ସାହା ଓ ଶତାଧିକ କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.