pakka

ଟୋକିଓ ଅଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ୪-୩ ଗୋଲରେ ପରାସ୍ତ ହେଲା ଭାରତ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ହାରିଯାଇଛି ଭରତୀୟ ମହିଳା ହକି ଦଳ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌ । ଏହା ସହିତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିବାର ଇତିହାସ ରଚିବାରେ ବିଫଳ ହୋଇଛି ଭରତୀୟ ମହିଳା ହକି ଟିମ । ତେବେ ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱିତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଦ୍ୱିତୀୟ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିବା ସତ୍ୱେ ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍ । ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍‌ରେ ଆଗୁଆ ହୋଇଯାଇ ବ୍ରୋଞ୍ଜ ପଦକ ହାତେଇ ନେଇଥିଲା ।

Leave A Reply

Your email address will not be published.

17 + fifteen =