csstore

କଅଁସରରୁ ବରାହ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ବନଖଣ୍ଡ କଅଁସର ଗ୍ରାମରୁ ଏକ ବରାହକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛି ବନ ବିଭାଗ । ସୂଚନା ମତେ କଅଁସର ଗ୍ରାମର ବିଦେଶୀ ମାଝୀଙ୍କ ଘରେ ଏକ ବରାହ ରହିଥିବା ବେଲଗାଁ ବନ ବିଭାଗ ଫରେଷ୍ଟର ଜନାର୍ଦ୍ଦନ ଠାକୁର ଖବର ପାଇବା ପରେ ଉକ୍ତ ଗ୍ରାମକୁ ପହଞ୍ଚି ବରାହକୁ ଉଦ୍ଧାର କରି ସ୍ଥାନୀୟ ବଡ଼ମାଲ ଗୋଳାବାରୁଦ କାରଖାନା ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ଶ୍ରୀ ଠାକୁର । ଏଥିରେ ବନ ବିଭାଗ କର୍ମଚାରୀ ରେଞ୍ଜର ଜିତେନ୍ଦ୍ର ନନ୍ଦ, ସତ୍ୟ ନାରାୟଣ ପଧାନ, ତପସ୍ୱିନୀ ରଣା, ଉଦବ ହରପାଳ, ନନ୍ଦୁ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଏହି ଅଞ୍ଚଳରେ ପ୍ରତେକ ଦିନ ବରାହ ଶିକାର କରାଯାଉଥିବା ବେଳେ ବନ ବିଭାଗର ତତ୍ପର ରହି କଡା ପେଟ୍ରୋଲିଂଗ ମଧ୍ୟ କରୁଥିବା ନଜରକୁ ଆସିଛି ।

jayashree
Leave A Reply

Your email address will not be published.