ଦୁର୍ବୃତ୍ତଙ୍କ କଳା କାରନାମା : ଦିନ ଦ୍ୱିପ୍ରହରରେ ବାଇକ୍‌ ଡିକି ଭାଙ୍ଗି ୪ ଲକ୍ଷ ଲୁଟିନେଲେ

କେନ୍ଦୁଝର : ପୁଣି ଦୁର୍ବୃତ୍ତଙ୍କ କଳାକାରନାମା ଲୋକଲୋଚନକୁ ଆସିଛି । ଆଜି ଦିନ ଦ୍ୱିପ୍ରହରରେ ୪ ଲକ୍ଷ ଟଙ୍କା କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ତହସିଲ ସାମ୍ନାରୁ ଏକ କଳା ରଙ୍ଗର ପଲସରରେ ୨ ଜଣ ଦୁର୍ବୃତ୍ତ ଆସି ବାଇକ ଡିକିକୁ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ବଡ଼ ପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମର ଭକ୍ତବନ୍ଧୁ ମହାନ୍ତ ବ୍ୟାଙ୍କ ଅଫ ଇଣ୍ଡିଆ ପାଟଣା ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇବାପରେ ପାଟଣା ତହସିଲ ସମ୍ମୁଖରେ ଗାଡି ରଖି ଜଣେ ମହିଳା ଆଇନଜୀବୀଙ୍କ ନିକଟରେ ଛିଡା ହୋଇ କଥା ହେଉଥିବା ବେଳେ ଦୁର୍ବୃତ୍ତ ମାନେ ବାଇକରେ ଆସି ଲୁଟ କରିଥିବା ଜଣାପଡ଼ିଛି । ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.