csstore

ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଘୋଷଣା : ତାଙ୍କ ପିଲାମାନେ ସଂରକ୍ଷଣର ଲାଭ ଉଠାଇବେ ନାହିଁ

ଭୋପାଳ : ମଧ୍ୟପ୍ରଦେଶ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରାମଖିଲାବନ ପଟେଲ ଘୋଷଣା କରିଛନ୍ତି ଯେ, ତାଙ୍କ ପିଲାମାନେ ଓବିସି ସଂରକ୍ଷଣର ଲାଭ ଉଠାଇବେ ନାହିଁ। ଭୋପାଳରେ ପାର୍ଟି କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଓବିସି ପ୍ରାର୍ଥୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଏନ୍‌ଇଇଟି ପରୀକ୍ଷାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ କହିଛନ୍ତି ।

ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପଟେଲ କହିଛନ୍ତି ଯେ, ପଛୁଆ ବର୍ଗଙ୍କ ମଧ୍ୟରେ କିଏ ସଂରକ୍ଷଣର ଲାଭ ଉଠାଇବା ଉଚିତ ଏବଂ କିଏ ଲାଭ ଉଠାଇବା ଉଚିତ ନୁହେଁ, ଏହା ଏକ ବ୍ୟକ୍ତିଗତ ମାମଲା । ମୋ ପରିବାରର ପିଲାମାନେ ୨୭ ପ୍ରତିଶତ ସଂରକ୍ଷଣର ଲାଭ ନେବେ ନାହିଁ ।

ସେ କହିଛନ୍ତି ଯେ, ବର୍ତ୍ତମାନ ମଧ୍ୟପ୍ରଦେଶରେ ୫୩ଟି ଏଭଳି ଜାତି ଅଛନ୍ତି, ଯେଉଁମାନେ ଏହି ୨୭ ପ୍ରତିଶତ ସଂରକ୍ଷଣର ଲାଭ ପାଇ ପାରୁନାହାଁନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାର ଖୁବ୍ ଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି, ଯେଉଁଥିରେ ଏହି ୫୩ ଜାତି ସାମିଲ୍‌ ହେବେ । ରାଜ୍ୟ ସରକାରଙ୍କ ଉଦ୍ୟମ ପଛୁଆ ବର୍ଗର ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି କରିବ ।

jayashree
Leave A Reply

Your email address will not be published.