csstore

ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କଲେ ନାରୀ ଶକ୍ତି ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଛନ୍ତି ନାରୀ ଶକ୍ତି ଫାଉଣ୍ଡେସନ୍‌ । ଫାଉଣ୍ଡେସନ୍‌ର ସଭାନେତ୍ରୀ ତଥା ପୂର୍ବତନ କାଉନ୍‌ସିଲର୍‌ ସୁଶ୍ରୀ ସରିତା ଦାଶଙ୍କ ଆହ୍ୱାନରେ ଅନେକ ସଦସ୍ୟା ଆସି ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଛନ୍ତି । ସଂପାଦିକା ନୂତନ ଦାସ, ଉପଦେଷ୍ଟା ଡା.ସନ୍ଧ୍ୟାରାଣୀ ପଣ୍ଡା, କୋଷାଧ୍ୟକ୍ଷା ଶ୍ରୀମତୀ ନୂତନ ସିନ୍ଦ୍ରିଆ, ସହ ସଂପାଦିକା ପ୍ରିୟଙ୍କା ତ୍ରିପାଠୀ, ସଦସ୍ୟା ନିବେଦିତା ଜନ ନାଏକ, ସଦସ୍ୟା ସରିତା ବାଗ ପ୍ରମୁଖ ଏଥିରେ ଯୋଗଦାନ କରିଥିବା ବେଳେ ଆଗାମୀ ଦିନ ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ପରିସରକୁ ଆହୁରି ସରସ ସୁନ୍ଦର କରାଯିବ ବୋଲି ସଂପାଦିକା ନୂତନ ଦାସ କହିଛନ୍ତି । ଏଥିରେ ଅବସରପ୍ରାପ୍ତ ସୈନିକ ସଂଘ ସଂପାଦକ ପ୍ରତାପ ଚନ୍ଦ୍ର ରଥ, ସଦସ୍ୟ ନୀଳକଣ୍ଠ ପାଢ଼ୀ, ରାଜେନ୍ଦ୍ର ଶବର ଓ କୃଷ୍ଣଚନ୍ଦ୍ର ପରମଗୁରୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.