csstore

ଉଲ୍‌ବାରେ ଭଇଁଷା ମଣ୍ଡଳ ସ୍ତରୀୟ ବିଜେପି କାର୍ଯ୍ୟକାରିଣୀ ବୈଠକ

  • ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସମସ୍ତେ ଏକତ୍ରିତ ହେବା ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା ) : ଭଇଁଷା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଉଲ୍‌ବା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଇଁଷା ମଣ୍ଡଳ ସ୍ତରୀୟ ବିଜେପି ସଭାପତି ପଙ୍କଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେପି ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ଶୈଳବାଳା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ପୂର୍ବତନ ଜିଲ୍ଲା ସଭାପତି ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭକ୍ତବନ୍ଧୁ ନାଏକ ଯୋଗଦେଇ କର୍ମୀମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ବୁଥ ସ୍ତରର ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଚାଷୀ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ବହୁ ସମସ୍ୟା ସମ୍ପର୍କରେ ରାଜନୈତିକ ପ୍ରସ୍ତାବ ଆଗତ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ଏଥିରେ ପୂର୍ବତନ ଜିଲ୍ଲାପରିଷଦ ଗୀତାଞ୍ଜଳି ରାଉତ, କରମ ସିଂ ସରାଫ, ଧୋବେଇ ପଟେଲ, କ୍ଷମାନିଧି ନନ୍ଦ, ଜୟନ୍ତ କୁମ୍ଭାର, ଉଲବା ସରପଞ୍ଚ ଦମୟନ୍ତୀ ନାଏକ, ସମିତି ସଭ୍ୟା ବିଦ୍ୟୁଲତା ପଟେଲ, ବଲ୍ଲଭ ଧରୁଆ, ଶୁସିଲ ପଟେଲ, ବିରବର କାଲସାଏ, ଜିଲ୍ଲା ପରିଷଦ ସଭ୍ୟା ଦେବକୀ ତାଣ୍ଡି, ସୁବାଷ ମେହେର, ବିରଞ୍ଚି ନାଏକ, କରୁଣା, ବୁଡୁକୁ ବନଗୁଲା, ନବଦୀପ ବେହେରା, ଜୟନ୍ତ ସେଠ, ସୋମନାଥ ବେହେରା, ଲଲିତ ବେହେରା, ରାଧେ ମେହେର, ବୀର କାଲସାଏ, କରୁଣା ଧରୁଆ, ଶିଶୁ ପଟେଲ, କୁନୁ ମେହେରଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । ଜୟନ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.