csstore

ଅଦିନିଆ ବର୍ଷାରେ ଘର ଭାଙ୍ଗିଥିବା ନେଇ ତଦାରଖ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଗ୍ରାମରେ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ମଧ୍ୟ ଜଣାପଡିଛି ତେବେ ଆଜି ସଇଁନ୍ତଲା ତହସିଲଦାର ଯୁଗେଶ୍ୱର ଧରୁଆ, ଆରଆଇ ମେଘନାଦ ଦୀପ, ମେଣ୍ଟୁ ନନ୍ଦ ସମେତ ତହସିଲ କର୍ମଚାରୀ ମାନେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ଘର ତଦାରଖ କରିଛନ୍ତି ଓ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ପଲିଥିନ ଯୋଗେଇ ଦେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ତହସିଲଦାର ।ଅନ୍ୟପଟେ ହେମନ୍ତ ନାଗ ସମେତ ବିଭିନ୍ନ ଲୋକଙ୍କୁ ପଲିଥିନ ମଧ୍ୟ ଯୋଗାଇ ଦିଆଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.