ଜୟଦେବ ସାହୁଙ୍କ ଦେହାନ୍ତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ, ଲାଖପଦର ଗ୍ରାମର ଜୟ ଦେବ ସାହୁ (୪୮)ଙ୍କ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଗତ ୧୨/୦୭/୨୧ ରଥଯାତ୍ରା ଦିନ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ବିସମକଟକ ଡାକ୍ତରଖାନାରେ ଭର୍ତି ହେବା ପରେ କୋଭିଡ ଆକ୍ରାନ୍ତ ଥିବା ଡାକ୍ତର କହିଥିଲେ । ଏଣୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର ହୋଇ ଚିକିତ୍ସା ହେବା ପରେ ଡାକ୍ତର କୋଭିଡରୁ ମୁକ୍ତ ବୋଲି ୨୭/୦୭ରେ ରିପୋର୍ଟ ଦେଇଥିଲେ । କିନ୍ତୁ ହାର୍ଟ ଓ କିଡନୀ ଭଲ ଭାବରେ କାମ ନକରୁଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି ୧୧.୪୦ରେ ମୃତ୍ୟୁବରଣ କରିଥିଲେ । ଗୁରବର ଦିନ ନିଜ ଜନ୍ମ ମାଟି ଲାଖପଦରକୁ ଆଣି ଗାଁ ଶ୍ମଶାନରେ ସାନ ଭାଇ କୃଷ୍ଣ ଚନ୍ଦ୍ର ସାହୁ, ପୁତୁରା ବିରେନ ସାହୁ ଏବଂ ଆତ୍ମୀୟ ସ୍ୱଜନ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଶବ ସତ୍କାର କରି ଥିଲେ । ସେ ଜଣେ ମିଷ୍ଟଭାସି, ଧର୍ମ ପରାୟଣ ଓ ପରୋପକାରୀ ଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.