oom

କୋସଲ ସ୍ୱାଭିମାନ ଯାତ୍ରାକୁ ସହଯୋଗ କରିଥିବା ସଂଗଠନ ତଥା ରାଜନେତାଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସାଧୁବାଦ ଜ୍ଞାପନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଂଟନ କ୍ଷେତ୍ରରେ ରାଜ୍ୟ ସରକାର କୋସଲାଂଚଳ ପ୍ରତି କରିଥିବା ପକ୍ଷପାତିତା ଓ କୋସଲାଂଚଳକୁ କରାଯାଇଥିବା ଉପେକ୍ଷା ପ୍ରତିବାଦରେ ଗତ ଜୁଲାଇ ୨୩ ତାରିଖରୁ କୋସଲ ଯୁବ ସମନ୍ୱୟ ସମିତି(କେୱାଇସିସି) ତରଫରୁ କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣାଠାରୁ ବରଗଡ ପର୍ୟ୍ୟନ୍ତ କୋସଲ ସ୍ୱାଭିମାନ ଯାତ୍ରା ଅନୁଷ୍ଠିତ ହୋଇଥିଲା । କୋସଲ ଯୁବ ସମନ୍ୱୟ ସମିତିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଅଚ୍ୟୁତ ସିପୁନ ଖମାରୀ, କେନ୍ଦ୍ରୀୟ ସଂଗଠନ ସମ୍ପାଦକ ଗିରିରାଜ ଭୋଇ, କୋଷାଧ୍ୟକ୍ଷ ବନମାଳୀ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ୨୦ ଜଣ ଯୁବକ ଯୋଗ ଦେଇଥିଲେ । ପ୍ରାୟ ୨୦୦ କିି.ମି. ଧରି ପ୍ରବଳ ବର୍ଷା ସତ୍ୱେ କରିଥିବା ଏହି ପଦଯାତ୍ରା ସମଗ୍ର କୋସଲାଂଚଳରେ ଏକ ଭାବାବେଗ ସୃଷ୍ଟି କରିଛି । ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବସଂଗଠକ ରଂଜନ ଖୁଆସ, ଯୁଗଳ କିଶୋର ମେହେର, ବିଶ୍ୱଜିତ ପ୍ରଧାନ, ଶୁଭମ୍‌ ପ୍ରଧାନ, ଧର୍ମରାଜ ମେହେର, ଧରମସିଂ ବରିହା, ରାଜିବ ରଂଜନ ବରିହା, ବଦ୍ୟ ବରିହା, ସିଦ୍ଧାନ୍ତ ବରିହା, ନରୋତମ ଧରୁଆ, ସୁରଭକୁମରା, ଅମିତ ପଲିତା, ଗଜପତିସାହୁ, ଡିଙ୍ଗର ବୁଡେକ, ସାନ୍ତନୁ ରଣା, ହରେକୃଷ୍ଣ ରଣା ପ୍ରମୁଖ ସାମିଲ ଥିଲେ । ଜୁଲାଇ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ଜାତି ସଂଗଠନ, ବଣିକ ସଂଘ, ବାର ଏସୋସିଏସନ୍‌, ନାଗରିକ ସଂଗଠନ ତଥା କଂଗ୍ରେସ, ବିଜେପି, ଆମ ଆଦମୀ ଭଳି ରାଜନୈତିକ ଦଳର କିଛିନେତା ଓ କର୍ମୀ ମଧ୍ୟ ଉଚ୍ଛ୍ୱସିତ ସଂବର୍ଦ୍ଧନା ଦେଇଥିଲେ । କୋସଲ ରାଜ୍ୟ ସମନ୍ୱୟ ସମିତିର ସଂଯୋଜନା ଓ ଆହ୍ୱାନ କ୍ରମେ ବିଭିନ୍ନ କୋସଲବାଦୀ ସଂଗଠନ, କୃଷକ ସଂଗଠନ ମଧ୍ୟ ଏହି ସଂବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ । ଏଭଳି କି ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରସର କିଛି ବିଧାୟକ, ପୂର୍ବତନ ବିଧାୟକ ତଥା ବିଧାୟକ ପ୍ରାର୍ଥୀ ମଧ୍ୟ ଯୋଗଦାନ କରିଥିଲେ କିମ୍ବା ପରୋକ୍ଷରେସହଯୋଗ କରିଥିଲେ । ବେଆଇନ ଭାବରେ ଏହି କୋସଲ ସଂଗ୍ରାମୀ ମାନଙ୍କୁ ସଇଁତଲା ପୋଲିସ ଗିରଫ କଲା ବେଳେ ସଇଁତଲା କଂଗ୍ରସର ପୂର୍ବତନ ମନ୍ତ୍ରୀଙ୍କ ନେତୃତ୍ୱରେ କଂଗ୍ରସ କର୍ମୀ ଏବଂ ବିଜେପି କର୍ମୀମାନେ ଥାନା ଘେରାଉ କରି ନୈତିକ ସମର୍ଥନ ମଧ୍ୟ ଦେଇଥିଲେ । ଏହି ପଦଯାତ୍ରାରେ କୋସଲାଂଚଳର ଅଭୂତ ପୂର୍ବ ଏକତା ମଧ୍ୟ ଦେଖା ଦେଇଥିଲା । ସୋସିଆଲ ମିଡିଆରେ ମଧ୍ୟ ହଜାର ହଜାର ଲୋକେ କୋସଲ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ କୋସଲ ରାଜ୍ୟ ଦାବୀର ଭବିଷ୍ୟତ ଅତି ଉଜ୍ୱଳ ଅଟେ । ତେଣୁ ଛୋଟ ଛୋଟ ପ୍ରସଙ୍ଗରେ କୋସଲାଂଚଳର ଲୋକେ ବିଭାଜିତ ନହୋଇ ସ୍ୱତନ୍ତ୍ର କୋସଲ ରାଜ୍ୟ ହାସଲ ପାଇଁ ଆଗଭର ହେବାକୁ ତଥା ରାଜନୈତିକ ଦଳ, ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ମାନେ ସକ୍ରିୟ ଭାବରେ ଏହି ଆନ୍ଦୋଳନରେ ସାମିଲ ହେବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ଅନୁରୋଧ କରେ । ପ୍ରବଳ ବର୍ଷା ସତ୍ୱେ ଅସୀମ କଷ୍ଟ ଉଠାଇ ପଦଯାତ୍ରା କରିଥିବା କୋସଲ ଯୁବ ସଂଗ୍ରାମୀ ମାନଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ ପୁରୋହିତ ସଂଗ୍ରାମୀ ଅଭିନନ୍ଦନ ଜଣାଇବା ସହ କୋସଲ ସ୍ୱାଭିମାନ ଯାତ୍ରାକୁ ସମର୍ଥନ ଦେଇଥିବା ସମସ୍ତ ସଂଗଠନ, ନେତା, ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ତଥା ଗଣମାଧ୍ୟମକୁ ସାଧୁବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.