ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ପରିଷଦ ସଭ୍ୟ ତଥା ଦେଓଗାଁ ବ୍ଳକ ୧୨ ନମ୍ବର ଜୋନର ସଭ୍ୟ ସୁଶୀଲ ଚାନ୍ଦ ଗତ ୨୦ ତାରିଖ ଦିନ ବଲାଙ୍ଗିର ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆରଡବ୍ୟୁଏସଏସଙ୍କୁ କେନ୍ଦ୍ର ସରକାରଙ୍କ ୧୫ ଆର୍ଥିକ କମିଶନ (ଟାଏଡ ଗ୍ରାଣ୍ଡ) ୨୦୨୦/୨୧ ଅନୁଦାନରୁ କୁତୁର୍ଲା ପଞ୍ଚାୟତର ମୁରସିଂ ଗାଁକୁ ସଂଯୋଗ କରାଯାଉଥିବା ପାଇପ ଲାଇନକୁ ବୃଦ୍ଧି କରି ସମ୍ପୂର୍ଣ୍ଣ ଗାଁକୂ ନଦୀ ପାଣି ଯୋଗାଇ ଦେବାକୁ ୩ ଲକ୍ଷ, ସିକୁଆଁ ପଞ୍ଚାୟତର କୁଦେଇପାଲି ଓ ବାଞ୍ଜିବାହାଲି ଗାଁକୁ ପିଇବା ପାଣି ପାଇଁ ପାଇପ ଲାଇନ ସଂଯୋଗ କରିବାକୁ ୧ ଲକ୍ଷ ଟାଙ୍କ ଲେଖାଏଁ ଓ ବନ୍ଧପଡ଼ା ପଞ୍ଚାୟତ ଘାଟୁଲଡୁଙ୍ଗୁରି ଗାଁକୁ ପିଇବା ପାଣି ଯୋଗାଣ ସହ ବୋରୱେଲ କରିବା ପାଇଁ ୩ ଲକ୍ଷ ୯୮ହଜାର ୮୮୫ ଟଙ୍କା ଅନୁଦାନ ଯୋଗାଇ ଦେବାକୁ ଲିଖିତ ଅନୁରୋଧ କରିଥିବା ବିଷୟରେ ଶ୍ରୀ ଚାନ୍ଦ ଏକ ପ୍ରେସ ବିବୃତିରେ କହିଛନ୍ତି ।
ସୂଚନା ଯୋଗ୍ୟ କୁତୁର୍ଲା ପଞ୍ଚାୟତର ମୁରସିଂ ଗାଁର କିଛି ଅଂଶକୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୋନଗଡ଼ ନଦୀରୁ ପାଣି ଯୋଗାଇ ଦେବା ପାଇଁ ଅର୍ଥ ମଞ୍ଜୁର ହୋଇ କାମ ମଧ୍ୟ ଆରମ୍ଭ ହୋଇଛି । ସୋନଗଡ଼ ନଦୀରୁ ସମ୍ପୂର୍ଣ୍ଣ ଗାଁକୁ ଜଳ ଯୋଗାଣ କରାଯିବ ନାହିଁ ବୋଲି ଗାଁର ଲୋକମାନେ ଜାଣିବା ପରେ ଅସନ୍ତୋଷ ଆରମ୍ଭ ହୋଇଥିଲା । ଅସନ୍ତୋଷ ବିଷୟରେ ଜଣାପଡ଼ିବା ପରେ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଇଥିବା ତଥ୍ୟ ଅନୁସାରେ ସୋନଗଡ଼ ନଦୀରୁ ମାତ୍ର ୬ ଶହ ମିଟର ପାଇପ ପଡ଼ିବ । ଅବଶିଷ୍ଟ ଦୂରତାରେ ଥିବା ଗାଁର ଲୋକମାନେ କୁଆଡ଼େ ଗାଁ ମୁଣ୍ଡରେ ଥିବା ଗଭୀର ନଳ କୂପର ପାଣି ପାଇବେ ବୋଲି ଜଣାପଡ଼ିବା ପରେ ଗାଁରେ ଘୋର ପ୍ରତିକ୍ରିିିୟା ପ୍ରକାଶ ପାଇଥିଲା ।