jayashree

ସମାଜସେବୀଙ୍କ ଉଦ୍ୟମ କ୍ରମେ କରୋନାରେ ମୃତ ବ୍ୟକ୍ତିଙ୍କ ଅସହାୟ ପରିବାରକୁ ମିଳିଲା ସହାୟତା

କଟକ : କଟକ ରାଜେନ୍ଦ୍ର ନଗର ବାସିନ୍ଦା ଅଶୋକ ମିଶ୍ର ଗତବର୍ଷ ଅକ୍ଟୋବର ମାସ ୧୪ ତାରିଖ ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଅଶୋକ ଥିଲେ ଏହି ପରିବାର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତି । ଅଶୋକଙ୍କ ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ୨ଝିଅ ରୀତିକା ଓ ଅଦିତି ସବୁଠାରୁ ଦୁଃଖର ବିଷୟ ହେଲା ଅଶୋକଙ୍କ ମୃତ୍ୟୁ ହୋଇ ଆଠମାସ ହୋଇଥିଲେ ସୁଦ୍ଧା ତାଙ୍କ ପରିବାରକୁ କୌଣସି ସରକାରୀ ସୁବିଧା ମିଳିନଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା କଟକ ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଟକ, ମନ୍ତ୍ରୀ ଟୁକୁନି ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରି ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଖବର ପାଇ ଶିଶୁ ସୁରକ୍ଷା ୟୁନିଟ ପ୍ରତିନିଧି ଦଳ ପହଂଚି ଏହାର ସତ୍ୟତା ଯାଞ୍ଚ କରିଥିଲେ । ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ୨ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଥିବା କଥା ଉତ୍ତରରେ ରଖିଛନ୍ତି । ଆଗାମୀ ଦିନରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଉତ୍ତର ରଖିଛନ୍ତି । ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପାଇବାରେ ସାହାର୍ୟ୍ୟ କରିଥିବାରୁ ଅଞ୍ଚଳବାସୀ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.