pr

ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ବିଡ଼ିଓଙ୍କୁ ଦାବୀପତ୍ର ଦେବାକୁ ଆସି ନିରାଶ ହୋଇ ଫେରିଲେ

dr. purohit

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ବ୍ଲକ କାର୍ୟ୍ୟାଳୟକୁ ଆସିଥିଲେ, କିନ୍ତୁ ବିଡ଼ିଓ ମହାଶୟ ନଥିବାରୁ ସେମାନେ ଫେରି ଯାଇଥିଲେ । ଗାଁ ସାଥୀ ସଂଘର ବ୍ଲକ ସଭାପତି ରୋହିତେଶ୍ୱର ସାହୁ ସମ୍ପାଦକ ମେଧାବୀ ଭୋଇ ପରିଚାଳକ ଲାଲମଣି ମୁଗ୍ରୀଙ୍କ ନେତୃତ୍ୱରେ ସଭ୍ୟ ସତ୍ୟଦେବ ନାଗ କାମଦେବ ଶିକା ଓ ଅନେକ ସଭ୍ୟ ଆସିଥିଲେ । ଗାଁ ସାଥି ମାନଙ୍କୁ ୧୦୦ଦିନର କାମ ଯୋଗାଇ ଦିଆଯାଉ । ଏମଜିଏନ୍‌ଆର୍‌ଇଜିଏ ଯୋଜନାରେ ନିୟୋଜିତ ହୋଇଥିବା ଗାଁ ସାଥୀ ମାନଙ୍କର ୨୦୧୮-୧୯ ୨୦୧୯-୨୦ ବର୍ଷର ମଜୁରୀ ଦିଆଯାଇନାହିଁ, ତାହା ଦିଆଯାଉ । ୨୦୧୮ମସିହା ଠାରୁ ଅଦ୍ୟାବଧି ଏମଜିଏନ୍‌ଆର୍‌ଇଜିଏ ଯୋଜନା କାର୍ୟ୍ୟଗୁଡିକ ବ୍ଲକ ଗ୍ରାମ ପଞ୍ଚାୟତ ସରପଞ୍ଚ ପିଇଓ ଗ୍ରାମରୋଜଗାର ସେବକଙ୍କ ଦ୍ଵାରା ବିନା ବେତନରେ କାର୍ୟ୍ୟ କରି ଆସୁଅଛୁ, ମହାମାରୀ କୋରନାରେ ମଧ୍ୟ କାମ କରିଛୁ, ତେଣୁ ଆମର ପ୍ରାପ୍ୟ ଦିଆ ଯାଉ ବୋଲି ଦାବୀ କରୁଛନ୍ତି । ଏ ସମ୍ପର୍କରେ ବିଡ଼ିଓ ଭୂବନ ଶତପଥିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ବଲାଙ୍ଗିରରେ ମିଟିଙ୍ଗରେ ଅଛି ବୋଲି କହିଥିଲେ । ତେଣୁ ଜିଲ୍ଲାପ୍ରଶାସନ ଦୁଷ୍ଟି ଦେବାପାଇଁ ଦାବୀ ହେଉଛି । ନଚେତ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.