ପ୍ରେମିକ ସହିତ ମିଶି ହତ୍ୟା କଲେ ସ୍ୱାମୀଙ୍କୁ, ପୁଣି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ପତ୍ନୀ

ପାଟନା : ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନକୁ ଯାଇ ପହଂଚିଥିବା ଭଳି ଏକ ଅମାନବୀୟ ଖବର ଆସିଛି । ପୁରା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରେମ ସଂପର୍କକୁ ନେଇ ଘଟିଛି ଏହି ବର୍ବର ହତ୍ୟାକାଣ୍ଡ । ଏହି ଘଟଣା ପାଟନା ନିକଟସ୍ଥ ମାସାଉଡ଼ି ଅଂଚଳରୁ ଆସିଛି । ମାସାଉଡି ଅଞ୍ଚଳରେ ଜଣେ ବିବାହିତା ମହିଳା ତାଙ୍କ ପ୍ରେମିକଙ୍କୁ ପାଇ ଏତେ ପାଗଳ ହୋଇଯାଇଥିଲେ ଯେ ସେ ନିଜ ସ୍ୱାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ଅଭିଯୁକ୍ତ ପତ୍ନୀ ଏବଂ ହତ୍ୟା ଘଟଣାରେ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି । ବର୍ତ୍ତମାନ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ଏହି ହତ୍ୟା ପଛରେ ଅନୈତିତିକ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି ।

ପୁଣି କୁହାଯାଉଛି ଯେ, ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ପତ୍ନୀ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଏକ ବଡ ଯୋଜନା କରିଥିଲେ । ହତ୍ୟା ପରେ ସେ କାନ୍ଦି କାନ୍ଦି ମାସାଉଡି ପୋଲିସ ଷ୍ଟେସନରେ ପହଞ୍ଚି ସ୍ୱାମୀଙ୍କ ହତ୍ୟା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଛି ଯେ, ତାଙ୍କ ସ୍ୱାମୀଙ୍କ ହତ୍ୟା ଅଭିଯୋଗରେ ମାସାଉଡି ପୋଲିସ ଷ୍ଟେସନରେ ପହଞ୍ଚିଥିବା ପତ୍ନୀ ଏହି ଘଟଣାରେ ନିଜେ ସଂଶ୍ଲିଷ୍ଟ ଅଛନ୍ତି । ପୋଲିସ ତୁରନ୍ତ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.