ଅସହାୟ ପରିବାରଙ୍କୁ ରୋଟାରୀ କ୍ଲବ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ସମୟରେ ପ୍ରତ୍ୟେକ ଅସହାୟ ଓ ଅଭାବରେ ଥିବା ପରିବାର ନିକଟରେ ସାହାଯ୍ୟ ପହଞ୍ଚାଇବା ନିମନ୍ତେ ଥିବା ରୋଟାରୀ ସଂସ୍ଥାନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ରୋଟାରୀ କ୍ଲବ ବ୍ରହ୍ମପୁର ଆନୁକୂଲ୍ୟରେ ଛତ୍ରପୁର ରୋଟାରୀ କ୍ଲବର ମିଳିତ ସହଯୋଗରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗରିବ ଦଳିତ ପରିବାର ବର୍ଗର ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଆମେରିକାରେ ରହୁଥିବା ଓଡିଆମାନଙ୍କ ସଂଘ ଓଏସଏଏଚଡବ୍ଲ୍ୟ (ଓଡିଶା ସୋସାଇଟି ଅଫ ଆମେରିକାସ୍ ହେଲଥ ଏଣ୍ଡ ୱେଲନେସ) ଏବଂ ଗଞ୍ଜାମ ବଣିକ ସଂଘର ସହାୟତାରେ ଏହି ପାଣ୍ଠି ସମାଜ ମଙ୍ଗଳ କାର୍ଯ୍ୟରେ ବିନିଯୋଗ କରିବା ପୂର୍ବକ ରୋଟାରୀ କ୍ଲବ ବ୍ରହ୍ମପୁରର ସଭାପତି ମିହିର ପାଣିଗ୍ରାହୀ ଓ ଛତ୍ରପୁର କ୍ଳବର ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ତ୍ୱରେ ଗଞ୍ଜାମ ବ୍ଳକର ପାଲଙ୍ଗ ଗ୍ରାମ ପଞ୍ଚାୟତର କାନଖାଇ ଓ ରାଣୀବର ଗ୍ରାମର ୫୦ଟି ଲେଖାଏଁ ଆଦିବାସୀ ଓ ହରିଜନ ପରିବାର ବର୍ଗ ଘରେ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏତଦ୍‌ ବ୍ୟତୀତ ଛତ୍ରପୁର ବ୍ଳକର ଚିକଲଖଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ଡାମିଏନ ନଗରରେ ରହୁଥିବା ୫୩ଟି କୁଷ୍ଠ ରୋଗୀ ପରିବାରଙ୍କୁ ମଧ୍ୟ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ରୋଟାରୀ ଜିଲ୍ଲା କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀନିବାସ ପୃଷ୍ଟି, ଛତ୍ରପୁର କ୍ଳବ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ବ୍ରହ୍ମପୁର କ୍ଳବ ସମ୍ପାଦକ ଇ. ଆନନ୍ଦ, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ରୋଟାରିଆନ ଏମ.ଧନଞ୍ଜୟ ରେଡ୍ଡୀ, ପ୍ରଫୁଲ ପଟ୍ଟନାୟକ, ଲଳିତ ମଙ୍ଗରାଜ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ପାଲଙ୍ଗ ଗ୍ରାମ ପଞ୍ଚାୟତର ମନୋଜ ପ୍ରଧାନ ଓ କୃଷ୍ଣ ପ୍ରଧାନ ସମସ୍ତ ବଣ୍ଟନ ବ୍ୟବସ୍ଥାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.