csstore

ମିଶନ ଶକ୍ତି ଗୃହ ଉଦ୍‌ଘାଟନ କଲେ ବିଧାୟକ ସାଲୁଜା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତରେ ଗତକାଲି ମିଶନ ଶକ୍ତି ଗୃହ ଉଦଘାଟନ କରିଛନ୍ତି ବିଧାୟକ ସାଲୁଜା । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ମଞ୍ଜୁର ହୋଇଥିବା ୩୫ ଜଣ ହିତାଧୀକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ବଣ୍ଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଧାୟକ ସାଲୁଜା ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସରପଂଚ ଅହଲ୍ୟା ସାହୁ, ସମିତି ସଭ୍ୟା ମାଧବୀ ସାହୁ, ଭୋଳାନାଥ ବେହେରା, ଲକ୍ଷ୍ମୀଧର ବାଗ, ସିନ୍ଧେକେଲା ସମିତି ସଭ୍ୟ ଧନୁ ଥନାପତି, ପିଇଓ ସଂକୀର୍ତ୍ତନ ମାଝୀ ସମ୍ମାନିତ ଅତଥି ଭାବେ ଯୋଗଦାନ କରିଥିଲେ । ଗୋପୀ ସାହୁ, ଗୋପାଳ ସାହୁ, ଭୁଜ କୁମ୍ଭାର, ପହଲେଶ୍ୱର ପୁଟେଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.