csstore

ଓଏସ୍‌ଏପି ଅଷ୍ଟମ ବାଟାଲିୟମରେ ବନ ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନତିଦୂରରେ ରହିଥିବା ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବାଟାଲିୟନ କମାନଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ଯୋଗଦେଇ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ବୃକ୍ଷରୋପଣ କରି ପରିବେଶକୁ ସବୁଜ ସୁନ୍ଦର ଗଢି ତୋଳିବା ନେଇ ସମାଜକୁ ସଚେତନତା ବାର୍ତ୍ତା ଦେଇଥିଲେ । କାଜୁ, ନିମ, ଅଶୋକ, ଅଶ୍ୱଗନ୍ଧା, କୃଷ୍ଣଚୁଡା, ରାଧାଚୁଡା, ବେଲ, ଅର୍ଜୁନ, ଗଙ୍ଗଶିଉଳି, ଜାମୁକୋଳି, ବହାଡ଼ା, ଶିଶୁଆ, କଇଠ, ମହୁଲ ଆଦି ବିଭିନ୍ନ କିସମର ୩୩୫ ଗୋଟି ଚାରା ରୋପଣ କରାଯାଇଥିଲା । ଛତ୍ରପୁର ଫରେଷ୍ଟର ଗାରାମଣି ପାଣିଗ୍ରାହୀ, ଡେପୁଟି କମାନଡେଣ୍ଟ ସୁନିଲ କୁମାର ବେହେରା, ଆସି ଷ୍ଟେଣ୍ଡ କମାନଡେଣ୍ଟ ଅରୁଣ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ସୁବେଦାର ସୁରେନ୍ଦ୍ର କୁମାର ବେହେରା, ବି ମଲ୍ଲିକ, ଏସ୍‌ଏନ୍‌ ବେହେରା, ହାବିଲଦାର ଓ ସିପାହୀ ଶାଖା ସଂଘ ସଭାପତି ପ୍ରଭାକର ବେହେରା, ସମ୍ପାଦକ ନୀଳାଦ୍ରି ନାୟକ, ଏମ୍.କେ ଦାଶ, ଅଜିତ କୁମାର ରଥ, ସୁଜିତ କୁମାର ବେହେରା, ଜିଏନ୍‌ ପ୍ରଧାନ, ଜି ଆର୍‌ ରେଡି, ବିଏନ୍‌ ମଲିକ, କେ ସି ବେହେରା, ନିରଞ୍ଜନ ପାଢ଼ୀ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.