ଜୋଖିପାଲି ହାଇସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ଯୋଖିପାଲିକୁ ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ପିଡି ଡିଆର୍‌ଡିଏ, ବିଜେପୁର ବିଡିଓ ଏବଂ ସହଯନ୍ତ୍ରୀ ପରିଦର୍ଶନ କରିଥିଲେ । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥ ରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍, ତାହାର ତଦାରଖ କଲେ । ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍, ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ-ପାଠାଗାର ଗୃହ ପରିଦର୍ଶନ କଲେ । ଉକ୍ତ ଗୃହଗୁଡିକର ବାକିଥିବା କାମକୁ ସାତ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ସହଯନ୍ତ୍ରୀ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆସନ୍ତା ଅଗଷ୍ଟ ପନ୍ଦର ତାରିଖ ମଧ୍ୟରେ ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧର୍ମରାଜ ମହାପାତ୍ର, ବର୍ତ୍ତମାନର ଅବସ୍ଥାପିତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ଦାଶ ସହିତ ଅନ୍ୟାନ୍ୟ ଶିକ୍ଷକ ମନୋଜ ଖମାରୀ, ଶଙ୍କର୍ଷଣ ସାହୁ, ସୁବାଷ ପଟେଲ, ଭଲ୍ଲଭ ସାହୁ ସରୋଜ ସାହୁ ଓ କର୍ମଚାରୀମାନେ ବିଜୟ ମହାପାତ୍ର, ରସିକ ବରିହା ଉପସ୍ଥିତ ଥିଲେ ।

Leave A Reply

Your email address will not be published.