ନୂତନ ଗୀର୍ଜା ଘର ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଗାନ୍ଧୀନଗରଠାରେ ସିଏନଆଇ ମଣ୍ଡଳୀର ନୂତନ ଗୀର୍ଜା ଘର ସମ୍ବଲପୁର ଡାଏସିସର ବିଶପ ଡଃ ପିନୁଏଲ ଦୀପ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ମଣ୍ଡଳୀ ପରିଷଦର ଉପସଭାପତି ଅମୂଲ୍ୟ ସୁନା ଅଧ୍ୟକ୍ଷତା କରିଥିଲେ । ସମାରୋହରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନିପନ ଦାଶ, ଭାଜପାର ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଆଚାର୍ଯ୍ୟ ଧିରେନ୍ ନନ୍ଦ, କିଶୋର ମିଶ୍ର, ଡଃ ଜିତେନ୍ଦ୍ରିୟ ହରିପାଳ ପ୍ରମୁଖ ଯୋଗଦାନ କରିଥିଲେ । ସିଏନଆଇ ମଣ୍ଡଳୀ ଗାନ୍ଧୀନଗର ସମ୍ପାଦକ ଚନ୍ଦ୍ର ଶେଖର ବାଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଦାନୀଏଲ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.