
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧୯ରୁ ୨ ଜଣ, ଖପ୍ରାଖୋଲ ବ୍ଲକ ସାହାଜପାଣିରୁ ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ଜଣେ ଏବଂ ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ.୯ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।