ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା : ବାପା ଓ ମା’ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅର୍ନ୍ତଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମା’ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍‌.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ ଆଇପିସି ଧାରା ୩୦୬ ଓ ୪୯୮ ଏବଂ ଭାଗ୍ୟଲକ୍ଷ୍ମୀଙ୍କ ନାମରେ ଧାରା ୩୦୨ ଓ ୩୦୬ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀକାନ୍ତ ଖମାରି କହିଛନ୍ତି । ରାଇକିଆ-ଅଲିମାହା ରାସ୍ତାରେ ଥିବା ଏକ କୂଅ ମଧ୍ୟକୁ ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ଶିଶୁକନ୍ୟା ଓ ୫ ବର୍ଷର ଶିଶୁ ପୁତ୍ରକୁ ଠେଲି ହତ୍ୟା କରିବା ପ‌ରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୁଲିସ କେସ ନଂ ୭୧/୨୧ରେ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ଉଭୟ ରାଜେଶ ଓ ଭାଗ୍ୟଲକ୍ଷ୍ମୀଙ୍କୁ ପଚରାଉଚରା ଚଳାଇଥିଲା । ଅନ୍ୟପଟେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଥାନାରେ ଦେଇଥିବା ଏତଲା ପ୍ରକାରେ ପୁଲିସ ପାରିବାରିକ ଅଶାନ୍ତି କାରଣରୁ ଏଭଳି କାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା । ରାଜେଶଙ୍କ ପରକୀୟା ପ୍ରୀତି ଯୋଗୁଁ ଘରେ ସବୁ ସମୟରେ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଏପରିକି ବହୁ ସମୟରେ ରାଜେଶ ପତ୍ନୀ ଭାଗ୍ୟଲକ୍ଷ୍ମୀଙ୍କୁ ନିର୍ୟାତନା ଦେଉଥିବା ନେଇ ଭାଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି କାରଣରୁ ମାନସିକ ଭା‌ରସାମ୍ୟ ହରାଇ ଭାଗ୍ୟଲକ୍ଷ୍ମୀ ଦୁଇ ସନ୍ତାନଙ୍କୁ କୂଅକୁ ଠେଲି ହତ୍ୟା କରିବା ପ‌ରେ ନିଜେ ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

two + fifteen =

error: Content is protected !!