centurian jitm

ଘର ଆଗରେ ବିଷ୍ଟା ପକାଉଥିବା ମହିଳାଙ୍କ ନାମରେ ଥାନାରେ ଅଭିଯୋଗ କଲେ କଲୋନୀବାସୀ

nschool

ବୌଦ୍ଧ, (ବଂଶୀଧର ମାଝୀ) : ଘର ଆଗରେ ମଇଳା ଆର୍ବଜନା ସହ ବିଷ୍ଟା ପକାଉଥିବା ଅଭିଯୋଗରେ ଜନୈକ ମହିଳାଙ୍କ ନାମରେ ଥାନାରେ ଲିଖିତ ଭାବେ ଅଭିଯୋଗ କଲେ ସ୍ଥାନୀୟ କଲୋନୀବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଇଲେକ୍ଟ୍ରି କଲୋନୀରେ । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଉକ୍ତ କଲୋନୀର ଜଣେ ବିଧବା ମହିଳା ଦୀର୍ଘ ବର୍ଷ ହେଲା କଲୋନୀରେ ରହୁଥିବା ଲୋକମାନଙ୍କ ଘର ଅଗଣାରେ ମଇଳା ଆର୍ବଜନା ଓ ବିଷ୍ଟା ପକାଇ ଆସୁଥିଲେ । ସ୍ଥାନୀୟ ବାସିନ୍ଦା କିଏ ଏମିତି କୁକର୍ମ କରୁଛି ଧରିବାକୁ ବଡ ଚିନ୍ତାରେ ଥିବାବେଳେ ଏଭଳି କାଣ୍ଡକୁ ନେଇ ସାହିରେ ଅଶାନ୍ତ ବାତାବରଣ ଦେଖାଯିବା ସହ କଳିକଜିଆ ଲାଗି ରହୁଥିଲା । ଏପରିକି ଜଣେ ଅନ୍ୟକୁ ଦୋଷାରୋପ କରି ସନ୍ଦେହ କରି ଆସୁଥିଲେ । ଖବର ଅନୁସାରେ ଜନୈକ ମହିଳା ଗତକାଲି ରାତି ୧୨.୪୫ ମି. ସମୟରେ ଉକ୍ତ କଲୋନୀର ପ୍ରତାପ ବିଶୋଇଙ୍କ ଘର ଆଗରେ ଏକ ପଲିଥିନ୍‌ରେ ବିଷ୍ଟା ଫୋପାଡି ଦେଇ ଦୌଡି ପଳାଉଥିଲା । ଅନ୍ୟପଟେ ମହିଳାଙ୍କ ଏଭଳି କାର୍ଯ୍ୟକୁ କିଛି ଲୋକ ଦେଖି ପାଟି କରି ଲୋକଙ୍କୁ ଜଣାଇଥିଲେ । ଏସଂପର୍କରେ କଲୋନୀ ଲୋକେ ପୁରୁଣାକଟକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତୁରନ୍ତ ମହିଳାଙ୍କୁ ଆଇନ୍ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାହିର କର୍ପୁର ବିଷୋଇ, ପ୍ରତାପ ବିଶୋଇ, ପ୍ରଦୀପ ସ୍ୱାଇଁ, ଲକ୍ଷ୍ମୀ ପାତ୍ର, ସବିତା ବେହେରା, ପ୍ରତାପ ନାଏକ, ଦୁର୍ଯ୍ୟଧନ ସାହୁ, ବାସନ୍ତି ମହାରଣା ପ୍ରମୁଖ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.