oom

କ୍ଲଷ୍ଟର ସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟଠାରେ କ୍ଲଷ୍ଟର ସ୍ତରୀୟ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସିଆରସିସି ଜମ୍ବଶ୍ୱର ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ ମୁଖ୍ୟ ଅତିଥି ଭାବରେ, ଗୋଷ୍ଠୀ ଶିକ୍ଷାଧିକାରୀ ଶାନ୍ତନୁ କୁମ୍ଭକାର, ସୁବଳୟା ଫରେଷ୍ଟ ରେଞ୍ଜର୍‌ ଅବିନାଶ ବରିହା, ସୁବଳୟା ସମିତି ସଭ୍ୟ ରଞ୍ଜିତ କୁମାର ରଥ, ସରପଞ୍ଚ ଲିଲି ପାତ୍ର, ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣର ଉପାଦେୟତା ଓ ସବୁଜ ବନାନୀର ମାନବ ସମାଜ ପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକୁମ୍ଭକାରଙ୍କ ପ୍ରେରଣାରେ ଆୟୋଜିତ ସଭା କାର୍ଯ୍ୟକୁ ଜିଲ୍ଲା ଜୁନିଅର ରେଡକ୍ରସ ସାଧନକର୍ମୀ ତଥା ସୁବଳୟା ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ଚନ୍ଦ୍ରମଣି ବାଘ ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ଶମ୍ପା ବିଶ୍ୱାଲ ସ୍ୱାଗତ ଅଭିଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟକ୍ରମର ପରେ ପରେ ସୁବଳୟା ହାଇସ୍କୁଲ ଖେଳ ପଡିଆରେ ସାମୁହିକ ଭାବରେ ସମସ୍ତ ଅତିଥି ଏବଂ ଶିକ୍ଷକ ବୃନ୍ଦ ନିମ୍ବ, କରଂଜ, ଜାମୁ, ପଣସ, ଶାଗୁଆନ ପ୍ରଭୃତି ୨୦୦ ଗୋଟି ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ସୁବଳୟା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.