ବରିଷ୍ଠ ନାଗରିକ ସଂଘର ବୈଠକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ନିଜସ୍ଵ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅମରେନ୍ଦ୍ର ନାରାୟଣ ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କରୋନାର ତୃତୀୟ ଲହର ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୌନ୍ତିଆ କୁମାର ସାହୁ, ସୁରେନ୍ଦ୍ର ମୋହନ ଚାନ୍ଦ, ରକ୍ଷିକାରୀ ବିଶି, କେଦାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ଜିଲ୍ଲାର ପ୍ରତି ବ୍ଲକରେ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହ ଯୋଗାଇ ଦେବାକୁ ପ୍ରଶାସନ ଏବଂ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିବାକୁ ଏକ ପ୍ରସ୍ତାବ ପାଳିତ ହୋଇଥିଲା । ଜିଲ୍ଲାର ଭଟଲି, ଅତାବିରା, ବରଗଡ଼, ବରପାଲି, ପଦ୍ମପୁର, ଗାଇସିଲେଟ, ପାଇକମାଲ ବ୍ଲକର ବରିଷ୍ଠ ନାଗରିକ ସଭ୍ୟମାନେ ଅଂଶ ଗ୍ରହଣ କରି ଆଲୋଚନା କରିଥିଲେ ।

Leave A Reply

Your email address will not be published.