oom

ଅଭିଯୋଗ : ଅସହାୟ ଲୋକଙ୍କୁ ସହଯୋଗ କରୁନାହାନ୍ତି ବିଜେପୁର ବ୍ଲକ ପ୍ରଶାସନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ମନରେଗା ଦୁର୍ନୀତିରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଥିବା ବେଳେ ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାରେ ମଧ୍ୟ ଅଯଥା ବିଳମ୍ବ କରିବାକୁ ପଛାଉନାହାନ୍ତି ବିଜେପୁର ବ୍ଲକ ପ୍ରଶାସନ ବୋଲି ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୋଖିପାଲି ଗ୍ରାମ ପଞ୍ଚାୟତରେ । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଗୀତା ମହାନନ୍ଦ ଜଣେ ବିଧବା ମହିଳା ତାଙ୍କୁ ସରକାରୀ ନିୟମାନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଯାହାର ପ୍ରତ୍ୟୁତ୍ତର ରଖିଥିଲେ ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଗତବର୍ଷ ନଭେମ୍ବର ୧୮ ତାରିଖରେ ଏକ ଚିଠିରେ ଏହିକଥା ସ୍ପଷ୍ଟ ଭାବରେ ଉଲ୍ଲେଖ କରି ଗୀତା ମହାନନ୍ଦ ବିଧବା ଭତ୍ତା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ପାଇଁ ଯୋଗ୍ୟ ବୋଲି ବିଜେପୁର ବିଡିଓ ବରଗଡ଼ ଜିଲ୍ଲାପାଲଙ୍କୁ ଅବଗତ କରାଇଥିଲେ । ଯାହାକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଯେ ଉକ୍ତ ମହିଳା ଜଣକୁ ୮ ମାସ ବିତିଯାଇଥିଲେ ସୁଦ୍ଧା ବିଧବା ଭତ୍ତା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ କରାଯାଇନାହିଁ । ତୁରନ୍ତ ଉକ୍ତ ମହିଳାଙ୍କ ପାଇଁ ବିଧବା ଭତ୍ତା ତଥା ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମହିଳା ଜଣକ । ବିଜେପୁର ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ସାରିଥିଲେ ସୁଦ୍ଧା ଏଭଳି ଗରୀବ ନିରୀହ ଲୋକଙ୍କୁ ହଇରାଣ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.