oom

ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟକୁ ନେଇ ବିରୋଧ ଓ ଅଫିସ ଘେରାଉ

jsmm

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) :ସଇଁନ୍ତଳା ଅଞ୍ଚଳ ଦିନକୁ ଦିନ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବାଧା ସୃଷ୍ଟି ହେଉଛି । ଅଞ୍ଚଳରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷୀ ଚିନ୍ତାରେ ତେଣୁ ଯାହା ବି ଚାଷ କାମ ହୋଇଛି ପାଣି ଦରକାର । କିନ୍ତୁ ବିଦ୍ୟୁତ କାଟ ଯୋଗୁଁ ଚାଷୀ ଚାଷ ଜମିରେ ପାଣି ଯୋଗାଇ ପାରୁନାହାଁନ୍ତି । ଆଜି ଭାରତୀୟ ଜନତା ପାର୍ଟି ସଦସ୍ୟ ତଥା ଅଞ୍ଚଳର ସ୍ବେଛାସେବୀ ମହେନ୍ଦ୍ର କୁମାର ଠାକୁରଙ୍କ ତତ୍ତ୍ଵାବଧାନରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ସଇଁନ୍ତଳା ବିଦ୍ୟୁତ ଅଫିସ ଘେରାଉ କରିବା ସହ ଏକ ଳିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଆଗାମୀ ଦିନରେ ଯଦି ବାରମ୍ବାର ବିଦ୍ୟୁତ କାଟ ହୁଏ ତେବେ ଆଗକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

jittmm
Leave A Reply

Your email address will not be published.