୪୫ ଦିନ ପାଇଁ ଆମେରିକାରେ ବନ୍ଦ ହେଲା ଟିକଟକ

ୱାସିଂଟନ୍, (କେପିଏନ୍ଏସ୍) : ଦିନକୁ ଦିନ ବଢିବାରେ ଲାଗିଛି ଚୀନ ସହ ଆମେରିକାର ବିବାଦ । ତାକୁ ନେଇ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କଡ଼ା ନିଷ୍ପତି ନେଇଛନ୍ତି । ଚାଇନା ତିଆରି କରିଥିବା ସୋସିଆଲ୍ ମିଡିଆ ଆପ୍ ଟିକ୍ଟକ୍ ୪୫ ଦିନ ପାଇଁ ଆମେରିକାରେ ବନ୍ଦ କରାଯାଇଛି । ତେବେ ଚାଇନାର ବାଇଟ୍ଡାନ୍ସ ଯିଏ କି ଟିକ୍ଟକ୍କୁ ଚଲାଉଛନ୍ତି ସେ ୪୫ ଦିନରେ ଯଦି ବିକ୍ରି ନକରିଛନ୍ତି ତାହେଲେ ଏହି ପ୍ରତିବନ୍ଧକ ଲାଗି ରହିବ ବୋଲି ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି । ଯଦି ବାଇଟଡାନ୍ସ ବିକ୍ରି କରନ୍ତି ତାହେଲେ ଏହି ପ୍ରତିବନ୍ଧକ ଉଠାଇ ଦିଆଯିବ ବୋଲି ମଧ୍ୟ ଟ୍ରମ୍ପ ନିଷ୍ପତି ନେଇଛନ୍ତି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଟିକ୍ଟକ୍ରେ ଉପଭୋକ୍ତାମାନଙ୍କର ତଥ୍ୟ ସଂଗ୍ରହ କରିବା ସହିତ ନେଟ ୱାର୍କିଙ୍ଗ୍ ଓ ଇଂଟରନେଟ୍ ସୂଚନା ମଧ୍ୟ ରହିଥାଏ, ଯେଉଁଥିରେ କି ଜଣେ ବ୍ୟକ୍ତିର ଅବସ୍ଥାନ ତଥ୍ୟ, ସର୍ଚ୍ଚ ହିଷ୍ଟ୍ରି ଏବଂ ବ୍ରାଉଜିଂ ମଧ୍ୟ ରହିଛି । ଏଥିପାଇଁ ଚୀନର କମୁ୍ୟନିଷ୍ଟ ପାର୍ଟି ଆମେରିକାର ଲୋକମାନଙ୍କୁ ଧମକ ଦେଇପାରେ ଓ ଏହାର ବିଭିନ୍ନ ପ୍ରକାରର ଅପବ୍ୟବହାର ମଧ୍ୟ କରିପାରେ । ଆହୁରି ମଧ୍ୟ ଆମେରିକାର ଲୋକମାନଙ୍କ, ଫେଡେରାଲ୍ ଏବଂ କଣ୍ଟ୍ରାକ୍ଟର ମାନଙ୍କ ଠିକଣା ଚୀନ ଜାଣିପାରେ । ବ୍ଲାକ୍ମେଲ୍ ତଥା ଅନେକ ଗୁଡାଏ ଆମେରିକାର କର୍ପୋରେଟର୍ ଠକେଇ କାମ ମଧ୍ୟ ଚୀନ କରିପାରେ ବୋଲି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏହି କଡା ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.