ଲେମ୍ବୁ ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା : ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡମାଳ ଫାଣ୍ଡି ଅନ୍ତର୍ଗତ ବରାହମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ଗତକାଲି ଦେଖିବାକୁ ମିଳିଥିଲା । ଗୁଣି ଗାରେଡ଼ି ସନ୍ଦେହରେ ନିତ୍ୟା ଭୋଇ(୬୫)ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ତାଙ୍କର ପୁଅ ସୁନା ଧର ଭୋଇ । ତେବେ ଲେମ୍ବୁ ଗଛ ନିକଟରେ ଝୁଲନ୍ତା ମୃତ୍ୟୁ ଦେହକୁ ଉଦ୍ଧାର ମଧ୍ୟ କରିଥିଲା ପୁଲିସ । ଏ ସବୁ ଘଟଣା ସମ୍ପର୍କରେ ସଇଁନ୍ତଲା ପୁଲିସ ତଦନ୍ତ କରିବା ପାଇଁ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜେଶ ବଗର୍ତି ତାଙ୍କ ମାଆ କିଆଁ ବଗର୍ତି, ବୈଷ୍ଣବ ବଗର୍ତି, ତହସିଲ ବଗର୍ତି, ନବ ବଗର୍ତି, ହୃଷିକେଶ ବଗର୍ତିଙ୍କ ସହିତ ତାନ୍ତ୍ରିକ ବାବା ଲକ୍ଷପତି ସାହୁଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.