oom

ଆମ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲା ସକ୍ରିୟ ବୈଠକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ତୁଳସୀନଗର ଠାରେ ରବିବାର ସନ୍ଧ୍ୟାରେ ଆମ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲାର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆବାହକ ସୁବାଷ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲୋକଙ୍କ ବିବିଧ ସମସ୍ୟା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପେଟ୍ରୋଲ ଡିଜେଲ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧିକୁ ବିରୋଧ କରି ଗତ ୧୫ ତାରିଖରେ ପାର୍ଟିର ଓଡିଶା ବନ୍ଦ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଆଗାମୀ ପଞ୍ଚୟତ ନିର୍ବାଚନ ପରିପ୍ରେକ୍ଷୀରେ ପାର୍ଟିର ପ୍ରଚାର ପ୍ରସାର ଏବଂ ନିର୍ବାଚନ ଲାଗି ପ୍ରତି ୱାର୍ଡସ୍ତରୀୟ କାର୍ଯ୍ୟକ୍ରମକୁ ଦୃଢ଼ୀଭୂତ କରାଯିବ, ନିର୍ବାଚନରେ ଲଢୁଥିବା ବ୍ୟକ୍ତିଙ୍କ ନାମ ତାଲିକା ସହ ଏଥିରେ ଭାଗନେବାକୁ ଇଛୁକ ବ୍ୟକ୍ତିଙ୍କ ପାଇଁ ମତପ୍ରକାଶ କରାଯାଇଥିଲା । ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ଆଦିତ୍ୟ ରଥଙ୍କ ସହ ରମେଶ ବେହେରା, ପର୍ଶୁରାମ ସାହୁ, ଅଶୋକ ଭୁକ୍ତା, ମନୋଜ ମିଶ୍ର, ସୁଧୀର ପ୍ରଧାନ ହରପ୍ରସାଦ, ପ୍ରଶାନ୍ତ କୁମାର ନାୟକ, ଆଡ଼ଭୋକେଟ କୈଳାଶ ସେଠୀ, ଆଡ଼ଭୋକେଟ ଜଗନ୍ନାଥ ପଟ୍ଟନାୟକ, ସନ୍ତୋଷ କୁମାର ବେହେରା, ହେମନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଅଂଶଗ୍ରହଣ କରିଥିବା ସମସ୍ତ ସାଥୀଙ୍କୁ ସମ୍ପାଦକ ଆଦିତ୍ୟ ରଥ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.