csstore

ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ବଲାଙ୍ଗିର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୌର୍ଯ୍ୟ, ପିଡି (ଡୁଡ଼ା) ସୁଦର୍ଶନ ସାଏଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜାଖମନ ଅଂଚଳରେ ଆଜି ୨୯୦ଟି ଗଛ ରୋପଣ ହୋଇଥିବା ସିଆର୍‌ପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ର ବହୁ ଯବାନ ସାମିଲ୍‌ ହୋଇଥିଲେ ।

jayashree
Leave A Reply

Your email address will not be published.