csstore

ଅହେତୁକ ବିଦ୍ୟୁତ ଶୁକ୍ଲ ବୁଦ୍ଧି ବିରୁଦ୍ଧରେ ଗାଇସିଲାଟ ବିଜେପିର ପ୍ରତିବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ବିଜେପି ତରଫରୁ ଅହେତୁକ ବିଦ୍ୟୁତ ଶୁକ୍ଲ ବୁଦ୍ଧି, ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ବିରୋଧରେ ଗାଇସିଲେଟ ବିଜେପି ତରଫରୁ ଗାଇସିଲାଟ ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଗାଇସିଲାଟ ସଭାପତି ଆନନ୍ଦ ମଟାରୀ ଓ ଗୁଦେରପାଲି ମଣ୍ଡଳ ସଭାପତି ବିପିନ ସାହୁଙ୍କ ଆବାହନ କ୍ରମେ ଆଜି ବିଜେପିର କର୍ମୀ ଏବଂ ପ୍ରତିନିଧି ଦଳ ଗାଇସିଲେଟ ସହିଦ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଏଥିରେ ରାଜ୍ୟ କମିଟି ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ସନତ ଗଡତିଆ, ସାଂସଦ ପ୍ରତିନିଧି ପ୍ରବୀଣ ପାଣିଗ୍ରାହୀ, ଡିଆରଡିଏ ଉପାଧ୍ୟକ୍ଷ ମଦନ ଦୀପଙ୍କ ନେତୃତ୍ୱରେ ଯାଇଥିବା ଏହି ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଡଣ୍ଡସେନା, ଜିଲ୍ଲା କୃଷକ ମୋର୍ଚ୍ଚାର ଉପସଭାପତି ଘନଶ୍ୟାମ ସାହୁ, ଜିଲ୍ଲା କମିଟି ସଦସ୍ୟ ବିନାୟକ ପ୍ରସାଦ ଗୁରୁ ପ୍ରମୁଖ ସାମିଲ ଥିଲେ । ଅନୁଷ୍ଠିତ ସଭାକୁ ଗୁଦେରପାଲି ମଣ୍ତଳର ସାଧାରଣ ସଂପାଦକ ମିତ୍ରଭାନୁ ସାହୁ ପରିଚାଳନା କରିଥିଲେ ଓ ନନ୍ଦିଘୋଷ ମହାକୁର ଧନ୍ୟବାଦ ଦେଇଥିଲେ । ବିଜେଡି ନେତ୍ରି ତଥା ପୂର୍ବତନ କନ୍ଦାଗାଡ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସାହୁ ୫୦ ଜଣ କର୍ମି ତଥା ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଥିଲେ । ଏହା ସହିତ ଚିଖିଲି ଗ୍ରାପର ବିଜେଡି କର୍ମୀ ଇଶ୍ୱର ସାହୁ ଓ ମନୋଜ ବେହେରା ବିଜେପିରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.