jayashree

ବର୍ଦ୍ଧିତ ବିଜୁଳି ଦର ପ୍ରତିିବାଦରେ ବିଜେପିର କ୍ୟାଣ୍ଡାଲ ମାର୍ଚ୍ଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାମାଟିକୁ ଟାଟା ପାୱାର ପଶିଲା ଦିନଠୁଁ ବିଜୁଳି ଦର ବଢି ବଢି ଛାଲିଛି । ଅନ୍ୟପଟେ ବାରମ୍ବାର ଅଘୋଷୀତ ବିଜୁଳି କାଟ ଲୋକଙ୍କ ହୋଇରାଣ କରୁଛି । ବର୍ତ୍ତମାନ ସମୟକୁ ଲକ୍ଷ କଲେ ସରକାର ଅନଲାଇନ ମାଧ୍ୟରେ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି । ଆହୁରି କିଛି ପିଲା ପରୀକ୍ଷା ପାଇଁ ପ୍ରାକ ପ୍ରସ୍ତୁତିରେ ରହିଛନ୍ତି । ବାରମ୍ବାର ଏହି ବିଜୁଳିକାଟ ସେମାନଙ୍କ ପାଇ ଁ ବଡ ଦଣ୍ଡ ସାବିତ ହୋଇଛି । ସେହିପରି କରୋନା ମାହାମରୀରେ ସର୍ବଶ୍ୱ ହରାଇ ବସିଥିବା ରାଜ୍ୟବାସୀ ଏତେ ଗୁଡାଏ ବିଜୁଳି ଖର୍ଚ୍ଛ ପଇଠ କରିବେ କିପରି ବୋଲି ଭାରତୀୟ ଜନତା ପାର୍ଟୀର କର୍ମକର୍ତ୍ତାମାନେ ପ୍ରଶ୍ନ କରିବା ସହିତ ଜନସାଧାରଣଙ୍କ ଏହି ସମସ୍ୟା ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ଟାଟା ପାୱର ମଧ୍ୟରେ ହୋଇଥିବା ବୁଝାମଣାକୁ ଦାୟୀ କରିଛନ୍ତି । ବିଜୁଳି ଦର ବାହାନାରେ ରାଜ୍ୟର ନବୀନ ସରକାର ଗରିବ ଜନସାଧାରଣଙ୍କ ପେଟ ଉପରେ ପ୍ରହାର କରିବା ପାଇଁ ଚେଷ୍ଟା କରୁଛି ବୋଲି ବିଜେପି ତରଫରୁ କୁହାଯାଇଛି । ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର, ଅନନ୍ତ ଦାଶ, ନରସିଂହ ସିଂ, ଭୋଲାନାଥ ସାହୁ , ସୁଶାନ୍ତ ଦାଶ ଓ ନଗର ସଭାପତି ରାକେଶ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସହର ସାରା କ୍ୟାଣ୍ଡଲ ମାର୍ଚ୍ଚ କରିଥିଲେ । ତେବେ ଆଗାମୀ ଦିନରେ ସ୍ଥିତି ନସୁଧୁରିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଜେପି ଚେତାଇ ଦେଇଛି ।

Leave A Reply

Your email address will not be published.