oom

ପ୍ରକୃତିର ଉପାସକ ଗୋଁଣ୍ଡୱାନା ସମାଜର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗୋଁଣ୍ଡ ମହାସଭାର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବଘାପାଲି ସ୍ଥିତ ଷଡବଂଶୀୟ ଗୋଁଣ୍ଡ ସମାଜ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନହିରା ସର୍କଲ ଅନ୍ତର୍ଗତ ବଘାପାଲିର ବଡଦେଓ ପ୍ରକଳ୍ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ମାନ୍ୟବର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ ଶୁଭାରମ୍ଭ କରିଥିଲେ । ସେ ଏକ ନିମ୍ନ ଚାରା ରୋପଣ କରିବା ସହ ଉପସ୍ଥିତ ବଘାପାଲିବାସୀଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ଆପଣମାନେ ହେଉଛନ୍ତି ପ୍ରକୃତିିର ଉପାସକ । ବହୁ ପୁରାତନ କାଳରୁ ଗୋଁଣ୍ଡୱାନା ସମାଜର ପ୍ରତ୍ୟେକ ଲୋକ ବୃକ୍ଷକୁ ପୂଜା କରି ଆସୁଛନ୍ତି । ଆପଣମାନଙ୍କ ସମାଜ ହିଁ ଶହ ଶହ ବର୍ଷ ପୂର୍ବରୁ ବୃକ୍ଷ ତଥା ପ୍ରକୃତିର ମୁଲ୍ୟକୁ ଠିକ୍‌ ବୁଝିପାରିଛି । ଅମ୍ଲଜାନ ପ୍ରଦାନ କରିବାରେ ସବୁବେଳେ ବୃକ୍ଷ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ ଆପଣମାନେ ବୃକ୍ଷରୋପଣ ସାଙ୍ଗକୁ ଏହାର ସୁରକ୍ଷାର ଦାୟିତ୍ୱ ମଧ୍ୟ ନିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଅବସରରେ ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ପ୍ରକାର ସମସ୍ୟା ବାବଦରେ ଅଭିଯୋଗ ଶୁଣିଥିଲେ ବିଶେଷ କରି ଆଗାମୀ ଦିନରେ ବଘାପାଲି ପାଇଁ ଦରକାର ହେଉଥିବା ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା, ଯୋଗାଯୋଗ ପାଇଁ ରାସ୍ତା ଏବଂ ମା’ ମାନଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ ବୋଲି ପ୍ରତିିଶୃତି ଦେଇଥିଲେ । ଆହୁରି ମଧ୍ୟ ସାମାଜିକ ସୁରକ୍ଷା ଅନ୍ତର୍ଗତ ଯଦି କୌଣସି ଯୋଗ୍ୟ ହିତାଧିକାରୀ ଅଛନ୍ତି ତାଙ୍କର ଏକ ତାଲିକା ପ୍ରସ୍ତୁତ କରି ତାଙ୍କ ପାଖକୁ ପହଞ୍ଚାଇବାକୁ କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ ଯୋଗ ଦେଇଥିବା ବେଳେ ମନହିରା ସରପଞ୍ଚ ସେବତି ଦେହେରୀ, ଲକ୍ଷ୍ମୀନାରାୟଣ ନାଏକ, ଲୋକେଶ୍ୱର ଭୋଇ, ଗ୍ରାମର ସଭାପତି ମଙ୍ଗନ ବଡକା, ବିଶମ୍ବର ରଣା, ଗୋଁଡୱାନା ବ୍ଲକ ସଭାପତି ଗଣନାଥ ଧରୁଆ, ମୁରଲିଧର ମଲ୍ଲିକ, ସୀତାରାମ ଧରୁଆ, ଅଚ୍ୟୁତ ଧରୁଆ, ନିର୍ମଳ ବଡକା, ଉତ୍ତର ସାମେ, କୁମାରେସ ବଡକା, ପ୍ରଶନ୍ନ ବେହେରା, ଲକ୍ଷ୍ମୀ ନାୟକ, ମହାଦେବ ବଡକା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.