oom

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନିୟମିତା ଅଭିଯୋଗ ଆଣି ବିଜେପିର ବିକ୍ଷୋଭ ପ୍ରଦର୍ଶନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେଡି ଶାସନର ଛତ୍ରଛାୟା ତଳେ ରହି ପଞ୍ଚାୟତ ସ୍ତରୀୟ ଶାସକ ପ୍ରଶାସନକୁ ହାତେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହରିଲୁଟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ଆଣି ଆଜି ଝାରବନ୍ଧ ବ୍ଲକ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଜେପି ଯୁବ ମୋର୍ଚ୍ଚା ସଂପାଦକ ସାମନ୍ତ ଶେଖର ମୁନାଙ୍କ ଆହ୍ୱାନ କ୍ରମେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ଦୁର୍ଗାପ୍ରସାଦ ଅଗ୍ରୱାଲ, ମାନଭଞ୍ଜନ ପ୍ରଧାନ, ଡା ଲମ୍ବୋଦର ପଣ୍ଡା, ମଦନମୋହନ ପଟେଲ, ହରେକୃଷ୍ଣ ପଟେଲ, ସରପଞ୍ଚ ଧନମତୀ ପାଣ୍ତେ ପ୍ରମୁଖ ଯୋଗଦାନ କରି ଏକ ଶୋଭାଯାତ୍ରା ମାଧ୍ୟମରେ ବିଜେଡି ବିରୋଧି ସ୍ଲୋଗାନ ମାନ ଦେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଝାରବନ୍ଧ ବ୍ଲକରେ ହୋଇଥିବା ବିଭିନ୍ନ କାର୍ଯ୍ୟକୁ କମ କରି ବେଶୀ ଟଙ୍କା ଉଠାଣ କରି ଶାସନ ବିଜେଡି ନେତା ଓ ପ୍ରଶାସନ ମାଲାମାଲ ହୋଇଥିବା ଅଭିଯୋଗ ଆଣିଥିଲେ । ହୋଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଏହାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବ୍ଲକ ପ୍ରଶାସନକୁ ଦାବୀ କରିଥିଲେ । ଝାରବନ୍ଧ ବ୍ଲକ ବିଡିଓ ସୁଶ୍ରୀ ଜମୟନ୍ତୀ ସାହୁ,ଏବିଡିଓ ଶ୍ରୀ ଦେବାଶିଷ ସିହ୍ନା, ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ ଯନ୍ତ୍ରୀ ମାନଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ଲିଖିତ ଆକାରରେ ଆଶ୍ୱସନା ଦେବା ପରେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରାଯାଇଥିଲା ।

jittmm
Leave A Reply

Your email address will not be published.