ppurohit

ବିନା ସୂଚନା ଫଳକରେ ପୋଲ ନିର୍ମାଣ : ନିମ୍ନମାନର କାମକୁ ନେଇ ଅଭିଯୋଗ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତସ୍ଥିତ ଜଳକପଦର ଠାରୁ କେଛୋମୁହାଣ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଏକ ପୋଲ ନିର୍ମାଣ କରାଯାଇଥିବା ବେଳେ ଠିକାଦାର ବାବୁ ଜଣକ ମୁରୁମ୍‌ ବିଛାଇ କାମକୁ ସାରି ଦେଇଛନ୍ତି ଯାହା ଫଳରେ ଯାତାୟାତ କରୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ବିନା ସୂଚନା ଫଳକରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କେତେ ଟଙ୍କାର କାମ, କିଏ କାମ କରୁଛି ତାହାକୁ ନେଇ ଏବେ ସନ୍ଧେହ ସୃଷ୍ଟି ହୋଇଛି । ଅନ୍ୟପଟେ ବିନା ଫାଇଲ ଖୋଲି କାମ ଆରମ୍ଭ କରାଯାଇଥିବା ଜଣାପଡିଛି । ତେବେ ନିମ୍ନମାନର କାମ କରାଯାଇ ଥିବା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.