csstore

ଦୀପାଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ହୁଇଲ ଚେୟାର : ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ନଥିପତ୍ର ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଜଣେ ଦିବ୍ୟାଙ୍ଗ ଶିଶୁ ହୁଇଲ ଚେୟାର ପାଇଛନ୍ତି ଏହା ସହ ଆଶୀର୍ବାଦ ଯୋଜନାରେ ସାମିଲ ହୋଇ ଆର୍ଥିକ ସହାୟତା ସହିତ ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ପାଇଁ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନାନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ବାସ କରନ୍ତି ଏକ ଅସହାୟ ପରିବାର ଯାହା ମଧ୍ୟରେ ରହିଛନ୍ତି ଏକ ଦିବ୍ୟାଙ୍ଗ ବାଳିକା ଚିଙ୍କି ନେଗୀ । ସେ ଶାରୀରିକ ଦୁର୍ବଳତା ଯୋଗୁଁ ଚାଲିବୁଲି ପାରନ୍ତି ନାହିଁ, କିଛିଦିନ ତଳେ ତାଙ୍କ ବାପା ବୈଦବୁଡା ନେଗୀ ଆରପାରିକୁ ଚାଲିଯାଇଛନ୍ତି । ଚିଙ୍କି ଏବଂ ତାଙ୍କ ମାଆ ନିଜ ଘର ନ ଥିବାରୁ ନିଜର ପୁତୁରା ଘରେ ଆଶ୍ରୟ ନେଉଛନ୍ତି । ଏ ବିଷୟରେ ସାମାଜିକ କର୍ମୀ ତଥା ସ୍ୱେଚ୍ଛାସେବୀ ଦୀପା ବାରିକ ଉକ୍ତ ପରିବାରକୁ ସାହାଯ୍ୟ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ଯାହା ପ୍ରଭାବରେ ବୁଧବାର ଦିନ ପାଇକମାଲ ବ୍ଲକ ତରଫରୁ ଚିଙ୍କିଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଛି ବୋଲି ପାଇକମାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ମେହେର ସୂଚନା ଦେଇଛନ୍ତି । ଏହାଛଡ଼ା ଉକ୍ତ ପରିବାରକୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ରହିଛି । ଆହୁରି ମଧ୍ୟ ଦୀପା ଉକ୍ତ ଦିବ୍ୟାଙ୍ଗ ଶିଶୁଟିର ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗେଇ ଦେବା ସହ ଅଗ୍ରାଧିକାର ଭିତ୍ତିରେ ଉକ୍ତ ବିଧବା ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଦୀପାଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ବିଶେଷ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.