oom

୧୪ ଦଫା ଦାବୀ ନେଇ ଏନ୍‌ଏସି ଘେରାଉ କଲା ବିଜେପି

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ସମସ୍ୟାକୁ ନେଇ ଏକ ୧୪ଦଫା ଦାବୀପତ୍ର ବୁଧବାର ଭାରତୀୟ ଜନତାପାର୍ଟି ପକ୍ଷରୁ ସହର ସ୍ଥିତ ସାନ ବାଜାରରୁ ଏକ ଶୋଭାଯାତ୍ରା ବାହାରି ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରାଯାଇଛି । ସହରରେ କଲ୍ୟାଣ ମଣ୍ଡପ ତୁରନ୍ତ ନିର୍ମାଣ ଓ କଲ୍ୟାଣ ମଣ୍ଡପ ଅର୍ଥ ହଡପ ଘଟଣାର ତଦନ୍ତ, ପ୍ରତ୍ୟେକ ୱାର୍ଡରେ ଶୌଚାଳୟ ନିର୍ମାଣ, ଯାତ୍ରୀ ବିଶ୍ରାମାଗାର ନିର୍ମାଣ, ପ୍ରତ୍ୟେକ ୱାର୍ଡରେ ପାନୀୟ ଜଳ ବ୍ୟବସ୍ଥା ସହ ସହରରେ ଓଭର ହେଡ ଟ୍ୟାଙ୍କ ନିର୍ମାଣ, ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ବଦଳି, ମୁଖ୍ୟନାଳ ସହ ସହରରେ ରହିଥିବା ପୋଖରୀ ଗୁଡିକର ପୁନରୁଦ୍ଧାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକା ଏବଂ ଚୟନ ପ୍ରଣାଳୀ ସାର୍ବଜନୀନ କରାଯାଉ, ବହୁ ବର୍ଷ ଧରି ବସବାସ କରୁଥିବା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଘରପଟା ପ୍ରଦାନ କରାଯାଉ, ଗଞ୍ଜାମ ଏନ୍‌ଏସିର ୧୦ବର୍ଷର ସ୍ୱତନ୍ତ୍ର ଅଡିଟି କରାଯାଉ, ଘରୋଇ କମ୍ପାନୀ ଦ୍ୱାରା ଲଗାଯାଇଥିବା ଷ୍ଟ୍ରୀଟ ଲାଇଟ କାର୍ଯ୍ୟକ୍ଷମ କରାଯାଉ, ଭେଣ୍ଡିଙ୍ଗ ଯୋନ ନିର୍ମାଣ ଓ ପ୍ରତ୍ୟେକ ଉଠା ଦୋକାନୀଙ୍କୁ ପ୍ରଧାନମନ୍ତ୍ରୀ ଦେଉଥିବା ଆର୍ଥିକ ସହାୟତା ପ୍ରଦାନ କରାଯାଉ, ସହରର ସମସ୍ତ ୱାର୍ଡରୁ ଆବେଦନ କରିଥିବା ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ, ସହରର ପ୍ରତ୍ୟେକ ୱାର୍ଡରେ ପରିମଳ ବ୍ୟବସ୍ଥାରେ ସୁବିଧା କରାଯିବା ସହ ପ୍ରତ୍ୟେକ ଘରକୁ ରଙ୍ଗ ନୀଳ ବକେଟ ପ୍ରଦାନ କରାଯାଉ, ୮ ଓ ୯ ନମ୍ବର ୱାର୍ଡରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ପ୍ରମୁଖ ଦାବୀ ନେଇ ଭାଜପା ନେତା ମାନେ କାର୍ଯ୍ୟନିର୍ବାହୀ ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏନ୍‌ଏ ୟସି ଫାଟକ ସମ୍ମୁଖରେ ନାରାବାଜି କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଭାଜପା ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସ, ଜିଲା ପରିଷଦ ସଭ୍ୟା ରାଶିରାଣୀ ମହାପାତ୍ର, ବିଧାୟକପ୍ରାର୍ଥୀ ପ୍ରଶାନ୍ତ କୁମାର କର, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ନଗର ସଭାପତି ସୁଦାମ ଜେନା, ପୂର୍ବତନ କାଉନସିଲର ରଞ୍ଜନ ବେହେରା, ଧନୁର୍ଦ୍ଧର ବେହେରା, ଶରତ ଚନ୍ଦ୍ର ବେହେରା, ଗୁରୁଚରଣ ରାଉଳ, ଜୟଦେବ ଗୌଡ଼ ପ୍ରମୁଖଙ୍କ ସହ ବହୁସଂଖ୍ୟାରେ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.