jayashree

ଅଛରାଏ ବର୍ଷାରେ ସମୁଦ୍ରର ଭ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ବୌଦ୍ଧ ମନ୍ଦିର ସମ୍ମୁଖରେ ସମୁଦ୍ରର ଭ୍ରମ ସୃଷ୍ଟି ହେଉଛି । ଘଣ୍ଟାଏ ବର୍ଷାରେ ଦିନ ଦିନ ଧରି ପାଣି ଘେରରେ ରହୁଛି ବୌଦ୍ଧ ମନ୍ଦିର । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗନିଆଁପାଲିସ୍ଥିତ ପ୍ରସିଦ୍ଧ ବୌଦ୍ଧ ମନ୍ଦିରକୁ ନେଇ ସମଗ୍ର ବରଗଡ଼ ଜିଲ୍ଲାବାସୀ ଗର୍ବ କରିଥାନ୍ତି । ହେଲେ ଜିଲ୍ଲାପ୍ରଶାସନର ଅବହେଲା ଯୋଗୁଁ ପ୍ରସିଦ୍ଧ ବୌଦ୍ଧ ମନ୍ଦିର ଅବହେଳିତ ନିସ୍ପେଷିତ ହୋଇ ଜିଲ୍ଲାବାସୀଙ୍କ ଗର୍ବକୁ ଚୁରମାର କରିଛି । ଏବେ ବର୍ଷା ମାସରେ ଘଣ୍ଟାଏ ବର୍ଷା ହେଲେ ମନ୍ଦିର ସମ୍ମୁଖରେ ଅଣ୍ଠୁଏ ପାଣି ଜମି ସମୁଦ୍ରର ଭ୍ରମ ସୃଷ୍ଟି କରୁଛି । ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନାହିଁ । ପୁର୍ବରୁ ଏଭଲି ପାଣି ଜମୁଥିବା ଦେଖି ମନ୍ଦିର ସମ୍ମୁଖକୁ ସିମେଣ୍ଟ କଂକ୍ରିଟ କରାଗଲା ପାଣି ନିସ୍କାସନ ହେବ ବୋଲି, ହେଲେ ଲକ୍ଷାଧିକ ଟଙ୍କାର ଠିକା ଆଣି ଯେଉଁ ଭଲି ଭାବେ କଂକ୍ରିଟ କାମ କଲେ ତାହା ଏବେ ଆହୁରୀ ଅଧିକ ପାଣି ଜମି ରହୁଛି । ଟିକିଏ ବର୍ଷା ହେଲେ କେଇ ଘଣ୍ଟା ନୁହେଁ ଦିନ ଦିନ ଧରି ମନ୍ଦିର ସମ୍ମୁଖରେ ପାଣି ଜମି ରହୁଛି । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ କେହି ବି ଦୃଷ୍ଟି ଗୋଚର କରୁନଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.