oom

ଫାଇନାଲରେ ଚମ୍ପିୟାନ ହେଲା ଲୁଂଘୁରି ମା’ ଚାମୁଣ୍ଡା କ୍ରିକେଟ ଟିମ : ଚି଼ଙ୍କା ମେମୋରିଆଲ ହାଙ୍ଗାମା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ସ୍ଥିତ ମିନି ଷ୍ଟାଡ଼ିଉମରେ ଚାଲିଥିବା ଚିଲିକା ରାଣୀ କ୍ରିକେଟ କ୍ଲବ ରମ୍ଭା ଆନୁକୂଲ୍ୟରେ ଚି଼ଙ୍କା ମେମୋରିଆଲ ହାଙ୍ଗାମା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜିତ ଫାଇନାଲ ମ୍ୟାଚ୍ରେ ରମ୍ଭା ଟଚ ଜିତି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିଲା । ରମ୍ଭା ଚିଲିକା ରାଣୀ କ୍ରିକେଟ କ୍ଲବ ୧୦ ଓଭର ୬ ୱିକେଟ ବିନିମୟରେ ୧୦୭ ରନ କରିଥିବା ବେଳେ ଲୁଂଘୁରି ମା’ ଚାମୁଣ୍ଡା କ୍ରିକେଟ ଟିମ ୧୦ ଓଭର ରେ ୪ ୱିକେଟ ବିନିମୟରେ ଏକ ୧୨୩ ରନ କରି ଚମ୍ପିୟାନ ଘୋଷିତ ହୋଇଥିଲା । ମେନ ଅଫ ଦି ମ୍ୟାଚ ଡି. ବିକାଶ ହୋଇଥିବା ବେଳେ ମେନ ଅଫ ଦି ସିରିଜ ଦୀପକ ରାଓ, ବେଷ୍ଟ ବେଟସମେନ ସଚିନ ଗୌଡ଼, ବେଷ୍ଟ ଅଲ ରାଉଣ୍ଡର ଦେବାଶିଷ ଦାସଙ୍କୁ ସେମାନଙ୍କ ଶ୍ରେଷ୍ଟ କ୍ରୀଡା ପ୍ରଦର୍ଶନ ଯୋଗୁଁ ଅତିଥି ମାନଙ୍କ ଦ୍ୱାରା ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏମ୍ପାୟାର ହିମାଂଶୁ ବୈଠାରୁ ଓ ଅମର ପ୍ରସାଦ ନାହାକ ରହିଥିବା ବେଳେ ଧାରା ବିବରଣୀ ଦେଇଥିଲେ ସନ୍ତୋଷ ଓ ଶ୍ରୀକାନ୍ତ । ଖେଳକୁ ସୁପରିଚାଳନା କରିଥିଲେ ହାପି, କାହ୍ନା, ଜିତୁ, ଲିଙ୍ଗା, ପିଣ୍ଟୁ, ଦିବାକର ଭଗବାନ, ରାଜା ଓ ଜଗନ୍ନାଥ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ବିଶିଷ୍ଠ ବ୍ୟବସାୟୀ ଟି. ବାପୁଜୀ ସୁବୁଦ୍ଧି (ଡାକ), ରମ୍ଭା ନଗର ଭାଜପା ସଭାପତି ସିମାଞ୍ଚଳ ବାଡ଼ତ୍ୟା, ଭାଜପା ଦୃଢ଼ ସଂଗଠକ ସୁଦର୍ଶନ ଦାସ ପ୍ରମୁଖ ମଞ୍ଚାସୀନ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଚମ୍ପିୟାନ ଦଳକୁ ଏକ କପ ସହ ନଗଦ ଦଶ ହଜାର ଅର୍ଥରାଶି ଦିଆଯାଇଥିବା ବେଳେ ରନର ଦଳକୁ ଏକ ସିଲ ସହ ନଗଦ ସାତ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.