ପ୍ରତିଯୋଗୀ ଚୟନ ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ଆଲୋଚନା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଘମୁଣ୍ଡ କେନ୍ଦ୍ରର ସିଆର ସିସି ବନମାଳୀ ସାହୁଙ୍କ ସଂଯୋଜନାରେ କେନ୍ଦ୍ରୀୟ ପ୍ରୋସେସର ଅନ୍‌ଲାଇନ୍‌ ମାଧ୍ୟମରେ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ସମସ୍ତ ସିଆରସିସି, ଏମଆଇଏସ ଆଦିଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବୀରେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ସଭାରେ ଜିଲ୍ଲାପାଳ ବଲାଙ୍ଗୀରଙ୍କ ପତ୍ର ସଂଖ୍ୟା ୧୨୯/୦୯/୦୭/୨୦୨୧ରେ ଉଲ୍‌ଲିଖିତ ବିଷୟ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରକୁ ଓ ରାଜ୍ୟ ସ୍ତରକୁ ପ୍ରତିଯୋଗୀ ଚୟନ ପାଇଁ ଖପ୍ରାଖୋଲ ବ୍ଲକ ସ୍ତରୀୟ ଆଲୋଚନା ହୋଇଥିଲା । ସଭାର ପ୍ରାରମ୍ଭରେ ଦମେଇପାଲି ସିଆରସିସି ସୁବାସ ନାଗ ସ୍ୱାଗତ କରିଥିଲେ । ତେଲେନପାଲି ସିଆରସିସି ଶ୍ରୀପତି କୁମ୍ଭାର ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବ୍ଲକ ସ୍ତରରୁ କିପରି ସୁଚାରୁ ରୂପେ ବିଧିବଦ୍ଧ ଭାବରେ ପ୍ରତିଯୋଗୀ ଚୟନ କରାଯିବ, ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଶେଷରେ ଲାଠୋର ସିଆରସିସି କୁଞ୍ଜବିହାରୀ ସରାଫ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.